ଆପଣଙ୍କ ପେଟିଏମ ଖାତା ଏବେ ଜଲ୍ଦି ହିଁ ଅଧିକ ଫାଇଦା ସାଥିରେ 

ଭାରତୀୟ ରିସର୍ଭ ବ୍ୟାଙ୍କ ନିର୍ଦେଶ ଅନୁସାରେ ଆପଣଙ୍କ ଏଟିଏମ ଖାତା କୁ ଜଲ୍ଦି ହିଁ ପେଟିଏମ ପେମେଂଟ ବ୍ୟାଙ୍କ ର ୱାଲେଟ ଖାତାରେ ବଦଳେଇ ଦିଆଯିବ ।

One97 Communications ପ୍ରାଇଭେଟ ଲିମିଟେଡ଼, ରିସର୍ଭ ବ୍ୟାଙ୍କ ଠାରୁ ମଞ୍ଜୁରୀ ମିଳିବା ଯୋଗୁଁ ନିଜ ୱାଲେଟ ବ୍ୟବସାୟକୁ ନବ ନିଗମୀତ ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡ଼(PPBL) କୁ ହସ୍ତାନ୍ତରଣ କରିଦେବ। ଏବେ ପର୍ଯ୍ୟନ୍ତ ଆପଣଙ୍କ ପେଟିଏମ ଖାତା One97 communications limited ଦ୍ୱାରା ଜାରି କରାଯାଇଥିଲା ।ଏବେଠାରୁ paytm ଖାତା ଏକ ନୂଆ ଭାରତୀୟ ମୂଲ ର କମ୍ପାନୀ ପେଟିଏମ ପେମେଂଟ ବ୍ୟାଙ୍କ ଦ୍ୱାରା ଜାରି ହେବ ।

ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡ଼ (PPBL) ରେ paytm ର ସଂସ୍ଥାପକ ବିଜୟ ଶେଖର ଶର୍ମା ଙ୍କର 51 % ଭାଗିଦାରୀ ରହିଛି ତଥା ବାକି 49 % One97 Communications limited ପାଖେ ରହିଛି । ଏହି ଭାଗିଦାରୀ ଢାଞ୍ଚାରେ ଏହା ପ୍ରତ୍ୟକ୍ଷ ଭାବେ ଜାହିର ଅଟେ ଯେ ପେଟିଏମ ପେମେଂଟ ବ୍ୟାଙ୍କ ସଠିକ ଭାବେ ଭାରତୀୟ ଙ୍କ ଦ୍ୱାରା,ଭାରତୀୟଙ୍କ ପାଇଁ ବନଯାଇଥିବା ଏକ ଭାରତୀୟ କମ୍ପାନୀ ଅଟେ ।

ଏଠି ପାଇଁ ଆପଣଙ୍କୁ ନାହିଁ କିଛି କରିବାର ଅଛି ଏବଂ ନାହିଁ ଆପଣଙ୍କ ପେଟିଏମ ରେ କୌଣସି ପରିବର୍ତନ ଆସିବ । ଆପଣଙ୍କ ଆକାଉଣ୍ଟ ଯେମିତି ସେମିତି ରହିବ । ଆପଣଙ୍କ ବାଲାନ୍ସ କିମ୍ବା ଲଗଇନ କିଛି ବଦଳିବ ନାହିଁ । ଏବେ ଜଲ୍ଦି ହିଁ ଏହି ନୂଆ କମ୍ପାନୀ paytm ପେମେଂଟ ବ୍ୟାଙ୍କ ଆପଣଙ୍କୁ ନୂଆ ସୁବିଧା ଯେମିତି କି ସେଭିଙ୍ଗସ ଆକାଉଣ୍ଟ, ଚେକ ବୁକ, ଡେବିଟ କାର୍ଡ ମଧ୍ୟ ଦେଇପାରିବ । ସାଥିରେ ହିଁ ଆପଣଙ୍କ ସେଭିଙ୍ଗସ ଆକାଉଣ୍ଟ ରେ ଥିବା ଜମା ରାଶି ରେ ବ୍ୟାଙ୍କ ତରଫରୁ ଶୁଦ୍ଧ ବି ମିଳିବ ।

ତାହେଲେ ନିଜ ପରିଜନ ତଥା ବନ୍ଧୁ ମାନଙ୍କୁ ଜଲ୍ଦି ପେଟିଏମ ଆପ ଡାଉନଲୋଡ଼ କରାଇ,ତାଙ୍କର ପେଟିଏମ ଆକାଉଣ୍ଟ ଖୋଲାନ୍ତୁ !

ଆପଣଙ୍କ ପେଟିଏମ ଖାତାରେ,ପେଟିଏମ ବ୍ୟାଙ୍କ ତଥା ଏହା ସହ ଜଡିତ କିଛି ବିଶେଷ ତଥ୍ୟ

ବର୍ତମାନ ପେଟିଏମ ୱାଲେଟ ଖାତାରୁ କୌଣସି ବି ବ୍ୟାଙ୍କ ଖାତାକୁ ଆପଣଙ୍କ ଜମା ରାଶି ଟ୍ରାନ୍ସ୍ଫର କରିବା ଦ୍ୱାରା କୌଣସି ଶୁଳ୍କ ଲାଗେ ନାହିଁ । 31 ଜାନୁଆରୀ 2017 ପର୍ଯ୍ୟନ୍ତ ଯଥା ସ୍ଥିତି ବନିରହିବ । 31 ଜାନୁଆରୀ 2017 ପର୍ଯ୍ୟନ୍ତ ଆପଣ ନିଜର ଜମା ରାଶି 0 % ଶୁଳ୍କରେ କୌଣସି ବି ବ୍ୟାଙ୍କ ଖାତାକୁ ନେଇପାରିବେ ।

31 ଜାନୁଆରୀ 2017 ପରେ ମଧ୍ୟ, ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡ଼ ( PPBL ) ଆରମ୍ଭ ହେବାପରେ ଆପଣ ଯେତେବେଳେ ଚାହିଁବେ ସେତେବେଳେ ଆପଣ ନିଜର ପେଟିଏମ ୱାଲେଟ ଖାତାରେ ଜମା ରାଶିକୁ ପେଟିଏମ ବ୍ୟାଙ୍କ ଖାତାକୁ ବିନା କୌଣସି ଶୁଳ୍କରେ ଟ୍ରାନ୍ସ୍ଫର କରିପାରିବେ

ଆମେ ବୁଝୁଛୁ ଯେ ଏସବୁ ବିଷୟରେ ଆପଣଙ୍କ ମନରେ ବହୁତ ଧାରଣା,ପ୍ରଶ୍ନ ତଥା ଶଙ୍କା ରହିପାରେ । ଏସବୁ କଥାଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଆମେ ଏଥର ସାଧାରଣରେ ପଚରାଯାଉଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେବାପାଇଁ ପ୍ରୟାସ କରିଛୁ ..

ସାଧାରଣରେ ପଚରାଯାଉଥିବା ପ୍ରଶ୍ନ

ପ୍ର: ମୋର ବର୍ତମାନ ର ପେଟିଏମ ୱାଲେଟ ଖାତାର କଣ ହେବ ?

ଉ : ଆପଣଙ୍କ ପେଟିଏମ ୱାଲେଟ ଖାତା ପେଟିଏମ ପେମେଂଟ ବ୍ୟାଙ୍କ ଲିମିଟେଡ଼ ( PPBL ) ରେ ଟ୍ରାନ୍ସ୍ଫର କରିଦିଆଯିବ । ଏହି ଟ୍ରାନ୍ସ୍ଫର ପ୍ରକ୍ରିୟା ଯୋଗୁଁ ଆପଣଙ୍କ ଖାତାର ପୈଠ ସୀମା ପ୍ରଭାବିତ ହେବ ନାହିଁ . ଉଦାହରଣ ସ୍ୱରୂପ : ପେଟିଏମ ୱାଲେଟ ର କେ ୱାଇ ସି ( KYC ) ଖାତା ପେଟିଏମ ପେମେଂଟ ବ୍ୟାଙ୍କ ର ମଧ୍ୟ କେ ୱାଇ ସି (KYC ) ହିଁ ରହିବ ।

ପ୍ର: ପେଟିଏମ ୱାଲେଟ ରେ ମୋର ଜମା ରାଶି ର କଣ ହେବ?

ଉ : ଆପଣଙ୍କ ପେଟିଏମ ୱାଲେଟ ରେ ଜମା ରାଶି ପୁର୍ଣ ଭାବେ ସୁରକ୍ଷିତ ରହିଛି ।ଆମେ ଆଶ୍ୱାସନା ଦେଉଛୁ ଯେ କୌଣସି ବି ପରିସ୍ଥିତି ରେ ଆପଣଙ୍କ ଜମା ରାଶି ର କ୍ଷତି ହେବ ନାହିଁ ।

ପେଟିଏମ ୱାଲେଟ ଖାତାରୁ ପେଟିଏମ ବ୍ୟାଙ୍କ ଖାତାରେ ଟ୍ରାନ୍ସ୍ଫର ଆପଣଙ୍କ ସ୍ପଷ୍ଟ ଅନୁମତି ଏବଂ ସହମତି ପରେ ହିଁ ହେବ । ଏଥିପାଇଁ ଦୁଇଟି କଥା ଧ୍ୟାନରେ ରଖନ୍ତୁ

( i ) ଯଦି ଆପଣଙ୍କ ପେଟିଏମ ୱାଲେଟ ଖାତା ପୂର୍ବ 6 ମାସ ମଧ୍ୟରେ କୌଣସି ବ୍ୟବହାର କରାଯାଇନାହିଁ ତେବେ ଆପଣଙ୍କ ୱାଲେଟ ଖାତା,ବ୍ୟାଙ୍କ ଖାତାରେ ସ୍ୱତଃ ପରିବର୍ତିତ ହେଇଯିବ । ଯଦି ଆପଣ ଏମିତି ଚାହୁଁ ନାହାନ୍ତି ତେବେ ଆପଣ ଆମକୁ care@paytm.com ରେ ଆମକୁ ଏକ ଇ-ମେଲ ପଠାନ୍ତୁ ଅଥବା ଆମ ୱେବସାଇଡ ଅଥବା ପେଟିଏମ ଆପ ମାଧ୍ୟମରେ ଆମକୁ ସମ୍ପର୍କ କରନ୍ତୁ ।

( i i ) ଯଦି ଆପଣଙ୍କ ପେଟିଏମ ୱାଲେଟ ଖାତା ପୂର୍ବ 6 ମାସ ମଧ୍ୟରେ କୌଣସି ବ୍ୟବହାର କରାଯାଇନାହିଁ ତଥା ସେଥିରେ କୌଣସି ଜମା ରାଶି ନାହିଁ ତେବେ ତାହାକୁ ଆପଣଙ୍କ ଅନୁରୋଧ ବିନା ତାହାକୁ ବ୍ୟାଙ୍କ ଖାତାରେ ପରିବର୍ତିତ କରାଯାଇ ପାରିବ ନାହିଁ । ଯଦି ଆପଣ ଏମିତି ଚାହୁଁଛନ୍ତି ତେବେ ଆମକୁ care@paytm.com ରେ ଏକ ଇ-ମେଲ ଅଥବା ଆମ ୱେବସାଇଡ ଅଥବା ପେଟିଏମ ଆପ ମାଧ୍ୟମରେ ଆମକୁ ସମ୍ପର୍କ କରନ୍ତୁ ।

ପ୍ର: ତାହେଲେ କଣ ମୁ ବୁଝିନେବି ଯେ ପେଟିଏମ ପେମେଂଟ ବ୍ୟାଙ୍କ ରେ ମୋ ଖାତା ଆପେ ଆପେ ଖୋଲିଯିବ ?

ଉ : ନା ! ଏହା କେବଳ କମ୍ପନୀ ସ୍ୱମୀତ୍ୱ ର କାଗଜ ପତ୍ରରେ ଏକ ନୂଆ ( ଭାରତୀୟ) କମ୍ପନୀ କୁ ହସ୍ତାନ୍ତରଣ ମାତ୍ର ଅଟେ ! ବ୍ୟାଙ୍କ ଆରମ୍ଭ ହେବା ପରେ ଆପଣଙ୍କ ପାଖେ ଅଲଗା ଏକ ବ୍ୟାଙ୍କ ଖାତା ଖୋଲିବାର ବିକଳ୍ପ ରହିବ

ପ୍ର: କଣ ମୁଁ ପେଟିଏମ ପେମେଂଟ ବ୍ୟାଙ୍କ ୱାଲେଟ ଖାତାରୁ ଅନ୍ୟ କୌଣସି ବ୍ୟାଙ୍କ ଖାତାରେ ପଇସା ଟ୍ରାନ୍ସ୍ଫର କରିପାରିବି ?

ଉ : ହଁ ! ଆପଣ ପେଟିଏମ ପେମେଂଟ ବ୍ୟାଙ୍କ ୱାଲେଟ ଖାତାରୁ ଯେ କୌଣସି ବ୍ୟାଙ୍କ ଖାତା କୁ ପଇସା ଟ୍ରାନ୍ସ୍ଫର କରିପାରିବେ ।

ପ୍ର: କଣ ପେଟିଏମ ପେମେଂଟ ବ୍ୟାଙ୍କ ଆରମ୍ଭ ହେବା ପରେ ପେଟିଏମ ୱାଲେଟ ର ବ୍ୟବହାର କରିବା ପାଇଁ ପେଟିଏମ ପେମେଂଟ ବ୍ୟାଙ୍କ ରେ ଖାତା ଥିବା ଜରୁରୀ ଅଟେ ?

ଉ : ନା ! ପେଟିଏମ ପେମେଂଟ ବ୍ୟାଙ୍କ ଆରମ୍ଭ ହେବା ପରେ ମଧ୍ୟ ଆପଣ ବ୍ୟାଙ୍କ ରେ ବିନା ଖାତା ଖୋଲି,ପୂର୍ବ ଭଳି ପେଟିଏମ ୱାଲେଟ ର ବ୍ୟବହାର ଜାରି ରଖିପାରିବେ ।

ପ୍ର: ଯଦି ମୁଁ ଏଥିରେ ସମ୍ମିଳିତ ନହେବାକୁ ଚାହେଁ ତେବେ ?

ଉ : ଯଦି ଆପଣ ପେଟିଏମ ପେମେଂଟ ବ୍ୟାଙ୍କ ର ସ୍ଵାମୀତ୍ୱ ରେ ପେଟିଏମ ୱାଲେଟ ର ବ୍ୟବହାର କରିବାକୁ ଚାହୁଁ ନାହାନ୍ତି ତେବେ ଦୟାକରି ଆମକୁ care@paytm.com ରେ ଏକ ଇ-ମେଲ ପଠାନ୍ତୁ ଅଥବା Paytm.com/care ରେ ଲଗ ଇନ କରି ଆମକୁ ସୂଚିତ କରନ୍ତୁ . ଯଦି ଆପଣଙ୍କ ୱାଲେଟ ରେ କୌଣସି ଜମା ରାଶି ରହିଛି ତେବେ ଆପଣ ତାହା ଗୋଟିଏ ଥରରେ କୌଣସି ବି ବ୍ୟାଙ୍କ ଖାତାକୁ ଟ୍ରାନ୍ସ୍ଫର କରିପାରିବେ। ଏଥି ପାଇଁ ନିଜ ଇ-ମେଲ ରେ ଖାତା ସମ୍ବନ୍ଧିତ ବିବରଣୀ ଯେମିତି କି : ଖାତାଧାରୀ ଙ୍କ ନାମ, ଖାତା ସଂଖ୍ୟା, ବ୍ୟାଙ୍କ ନାମ, ଶାଖା’, IFSC କୋଡ଼ ଇତ୍ୟାଦି ନିଶ୍ଚୟ ଜଣାନ୍ତୁ

ପ୍ର: କଣ ପେଟିଏମ ୱାଲେଟ ଖାତା ବନ୍ଦ କରିବା ସମୟରେ ବଳକା ଜମା ରାଶି କୁ ବ୍ୟାଙ୍କ ଟ୍ରାନ୍ସ୍ଫର କରିବା ପାଇଁ କୌଣସି ଶୁଳ୍କ ଲାଗିବ ?

ଉ : ନା ! ପେଟିଏମ ୱାଲେଟ ଖାତା ବନ୍ଦ କରିବା ସମୟରେ ବଳକା ଜମା ରାଶି କୁ ବ୍ୟାଙ୍କ ଟ୍ରାନ୍ସ୍ଫର କରିବା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ ,ଧନ୍ୟବାଦ ! ପେଟିଏମ କର !

One clap, two clap, three clap, forty?

By clapping more or less, you can signal to us which stories really stand out.