P. K. GOUDA
Nov 2 · 1 min read

ନବ ପାଦପଜା’ର ରବି ଦର୍ଶନ

ନବ ପାଦପଜା ତିମି ଉଦରଜା
ଲାଜେ ଉଭା ବିଧୁସ୍ମିତା,
ଉଷା ସୁଧା ରସେ ସିକ୍ତ ଚାରୁ ବିଶା
ଉରେ ଶୋଭେ ସ୍ୱର୍ଣ୍ଣଲତା ।

ମିହିର ଦର୍ଶନେ ନୀହାର ପ୍ରଦାନ
ନତଶିରେ ବିମ୍ୱାଧରୀ,
କଞ୍ଜଡ଼ୋଳା ଚିନ୍ତି ଚିତ୍ତେ ମଞ୍ଜିଷ୍ଠାଙ୍ଗୀ
ମେଳିକରି ସ୍ମରଶିରୀ ।

ଦିବାମଣି ନଗଚୂଡ଼ା ଚାରୁ ବେଢ଼ି
ଭାରଦେଲା କର ଯୋଡ଼ି,
ମାତଙ୍ଗ ଗତିରେ ରଙ୍ଗେ ବୃଦ୍ଧି ତନ
ବିପିନ ମହୀ କଉଡ଼ି ।

ଭାବାର୍ଥ

ନୂଆଁ କରି ଗଛରୁ ଜନ୍ମିତା ,ରାତିର ଗର୍ଭରୁ ଜନ୍ମିତା ଲାଜ କରି ଉପସ୍ଥିତ ଚନ୍ଦ୍ର ହାସିନୀ । ପାହାନ୍ତି କାକର(ଶିଶିର) ରେ ଓଦା ହୋଇ ବହୁତ ସୁନ୍ଦର ଦେଖା ଯାଉଛି ଆଉ ତା' ବକ୍ଷରେ(ଛାତିରେ) ବଡ଼ ଆକର୍ଷଣ ହଳଦିଆ ଅଂଶଟି ।

ସୂର୍ଯ୍ୟଙ୍କୁ ଦର୍ଶନ କରି କାକାର ପ୍ରଦାନ କରୁଛି ପ୍ରଣାମ କରି ନାଲି ରଙ୍ଗ ଆଭୂଷିତା । ହୃଦୟେ ହରି ନାମ ସ୍ମରଣ କରେ ରକ୍ତିମ ଦେହୀ ଏକତ୍ର କରି କନ୍ଦର୍ପ ପ୍ରାୟ ବରକୁ ।

ସୂର୍ଯ୍ୟ ପର୍ବତ ମୁଣ୍ଡରେ ସୌନ୍ଦର୍ଯ୍ୟ ବଢ଼ାଇ ଉପହାର ଦେଲେ ଆଲୋକ । ହାତୀ ଗମନ କରିବା ଭଳି ଧୀରେ ଧୀରେ ତାଙ୍କ ବଢ଼ାଇଲେ ଶରୀର ଯିଏ କି ବଣ ମୂଲକ ର ଏବଂ ପୃଥିବୀ ର କଉଡ଼ି ଅର୍ଥାତ୍ ଧନ ଅଟନ୍ତି ।

©pkgouda

    P. K. GOUDA

    Written by