“ଇକୁ” ପାଇଁ ଚିତଉ ପିଠା : Episode # 1

PC: LITLABS

ନିକ୍ୱଣ : ବୋଉ, ଆଜି ନୀରଦ ଗୁରୁଜୀ “ବର୍ଷାକାଳୀନ ପଲ୍ଲୀ ର ଦୃଶ୍ୟ “ ରଚନା ଲେଖି ବାକୁ କହିଛନ୍ତି , ମୁଁ ପଲ୍ଲୀ କଣ ଜାଣିନି କି ଦେଖିନି :(

କାନନ: ଭୂଗୋଳ ରେ ଯେମିତି ଇଉରୋପ, ଅଷ୍ଟ୍ରେଲିଆ, ପଢିବାକୁ ହେଲେ ମାନଚିତ୍ର ମୋ ପାଇଁ ଯଥେଷ୍ଟ , ମୋତେ କଣ ସେ ଦେଶ ସବୁ ଯିବା ଦରକାର , ଗଧ ବୁଦୁ ନିକୁ , ଏତିକି କାଣ୍ଡ ଜ୍ଞାନ ନାହିଁ , ତୃତୀୟ ଶ୍ରେଣୀ ହେଲାଣି

ବୋଉ (ପଲ୍ଲୀ ନାନୀ) : ତୁ ଜେଜେ ମା ର “ମିଛୁଆ ରାଧୁଆ” ଗପ ପରି ଦିଲ୍ଲୀ କୁ ପଲ୍ଲୀ ଭାବି ଲେଖି ଦେ !! ପଲ୍ଲୀ ଆଜି ଦିଲ୍ଲୀ ଠାରୁ ବହୁ ଗୁଣ ରେ ଭଲ !!!

ନିକ୍ୱଣ :(ଓଡ଼ିଆ କ୍ୟାଲେଣ୍ଡର ଦେଖି ) ବୋଉ ୨୩ ତାରିଖ ରେ ଚିତଉ ଅମାବାସ୍ୟା ଆସୁଛି , ସେ ବାହାନାରେ ନିଲୁ ଭାଇକୁ ଡାକିବା , Oh ! Yes I got Quotes for my Essay -> “Barshare…..ghana ghana” to start with ! Lord Jagannath is so merciful ..

PC: Nua Odisha

କାନନ : ତୁ ତ ପୁରା ସଇତାନ !! ପୁରା “ଯାତ୍ରା ଦେଖା କଦଳୀ ବିକା” ନୀତି ଧରିଛୁ , ତୋର ରଚନା ଲେଖା ହେଇଯିବ , ନିଲୁ ମାମୁଙ୍କ ଚିତଉ ଖାଇବା ଏକ ବାହାନା , ସେ ନିଜେ କରି ଖାଇ ପାରନ୍ତି

ବୋଉ : ଜାଣିଛୁ ଏଥର ବ୍ରହ୍ମପୁର ଯାଇଥିଲି , ଭାଇର ଓଡ଼ିଆ ପ୍ରବନ୍ଧ ଖାତା କେତେ ଖୋଜିଲି କିନ୍ତୁ ମିଳିଲାନି

କାନନ : ଆଇ କହୁଥିଲେ ସବୁ ଉଇ ଖାଇ ଗଲେ , ସେମାନେ ଯେତେବେଳେ ବାଙ୍ଗାଲୋର ଯାଇଥିଲେ ନୀରଜା (Neerja) ମାଉସୀ ଘରକୁ ; ୩ ମାସ ରହିଗଲେ ପରା, ହେଲେ ବୋଉ , ଚିତଉ ପିଠା କେମିତି ହୁଏ ?

ନିକ୍ୱଣ : ଗଜମୂର୍ଖ !! ଆଜିକାଲି Youtube ରେ ଦେଖି ଶ୍ରୀମାନୀ ମାଉସୀ ଲଣ୍ଡନ ରେ “ଇକୁ” ପାଇଁ ଚିତଉ ପିଠା ଅଭ୍ୟାସ କରୁଛନ୍ତି ବୋଲି ବିକ୍ରମ ମଉସା WhatsApp କରିଥିଲେ

Iku aka Sriyan : ତୁମପରି ଛୋଟ ପିଲାଟିଏ ; PC: Vikram bhai(MKCG 1998 Alumni)

କାନନ : ହୋଉ ହେଲା , ତୁ ବି ଡାଉନଲୋଡ଼ କରି ଖାଇଦେ ଚିତଉ ପିଠା , ନିଲୁ ଭାଇ ବହୁତ ବ୍ୟସ୍ତ ; ଦିନରାତି SAP ! ସେ ଆସିବେନି (To be Continued)