ମହାନଦୀ : ଏକ କ୍ଷତାକ୍ତ ପ୍ରତିଭାର ଆହ୍ୱାନ

ମହାନଦୀ : ଏକ କ୍ଷତାକ୍ତ ପ୍ରତିଭାର ଆହ୍ୱାନ
ପୃଷ୍ଠଭୂମି ଓ ଅଭିପ୍ରେରଣା :
ମହାନଦୀ କୁ ନେଇ ସମସାମୟିକ ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ଆଧାରିତ ଏହି ଲେଖା
ଅଭିନୟ :
ନିକ୍ୱଣ(Nikon) ଓ କାନନ(Canon) ଭାଇ ଭଉଣୀ । ନିକ୍ୱଣ ସରକାରୀ ଉଚ୍ଚ ବିଦ୍ୟାଳୟ MKCG ମେଡିକାଲ କ୍ୟାମ୍ପସ୍, ବ୍ରହ୍ମପୁର ରେ ତୃତୀୟ ଶ୍ରେଣୀ ରେ ପଢେ । ବଡ଼ଭଉଣୀ କାନନ ଓରଫ ଶ୍ରେଷ୍ଠା ସମ୍ଭାବନା ମାନସିଂହ (ଡାକ ନାଁ ରୋଜାଲିନ ) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରରେ ଚତୁର୍ଥ ଶ୍ରେଣୀରେ ପଢ଼ନ୍ତି
Scene#1
ନିକ୍ୱଣ : (ପାଟି କରି ପଢୁଥାଏ …) ମହାନଦୀ ଓଡ଼ିଶାର ବଡ ନଦୀ । ସଂସ୍କୃତ ଭାଷା ରେ ମହା = ମହାନ-> The Great ଓ ନଦୀ = River .
କାନନ : ଶବ୍ଦାର୍ଥ ଠିକ ଅଛି ବୁଝିବା ପାଇଁ , ହେଲେ ମୋ ଓଡ଼ିଆ ଗୁରୁଜୀ (ନୀରଦ ସାର୍) “ଠିକ ପଢ ଠିକ ଲେଖ” ଓ ଅନୁବାଦ ଶ୍ରେଣୀରେ କହିଥିଲେ ଏପରି ଅନୁବାଦ ମୂର୍ଖାମୀ । ମୋ ସାଙ୍ଗ ପ୍ରତିଭା ସେଦିନ “ମୋ ନାଁ କମଳା” କୁ ଅନୁବାଦ କରିଥିଲା “My name is Orange” । ଆମେ ସବୁ ହସି ହସି ଗଡି ଗଲୁ ।ସେଦିନଠୁ ମୋତେ ପ୍ରତିଭା ଆଉ କଥା କହୁନି..
ନିକ୍ୱଣ : ମୁଁ କ’ଣ ଏତେ ବୋକା ? The Mahanadi is the largest river of Odisha. ନାନୀ କହିଲୁ ଠିକ ହେଲା କି ?
କାନନ : ମୋ ସୁନା ଭାଇ , ତୁ ତ “ A, An, The “ ବି ଶିଖି ଗଲୁଣି ଏତେ ଜଲଦି
ନିକ୍ୱଣ : ଯାହା ହେଲେ ବି ମୁଁ MKCG ମହାରାଜା ଙ୍କ ପୁଅ ତୁ ତ ସବୁଦିନ ମଶାଣୀ ପାଖ ସ୍କୁଲ କୁ ଯାଉ
କାନନ : ହୋଉ ହେଲା , ଚୁପ କର । ଚାଲ ଆଜି ରବିବାର , ୪ଟା ବାଜିଲାଣି । କଣ ଓଡ଼ିଆ ସିନେମା ଦେଉଛି ଦେଖିବା । ମାସିକ ପରୀକ୍ଷା ରୁ ତ ଏବେ ମୁକ୍ତି
ନିକ୍ୱଣ : ଆରେ ମୁଁ ସେ ଓଡ଼ିଆ ଫିଲ୍ମ ଦେଖିବିନି , କିଛି ହସ ମଜା ନାହିଁ , ଖାଲି ଲୁହ ଆଉ ଲୁହ , ଶେଷକୁ “କଣ୍ଢେଇ ଆଖିରେ ବି ଲୁହ”
କାନନ : ନାଁ ନାଁ , ଆଜି “ଗଙ୍ଗା ଯମୁନା “ ଦେବ , ମୋ ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ର ଡବଲ ରୋଲ ଓ ପ୍ରିୟ ଅଭିନେତା ମିହିର ଦାସ , Youtube / Saavn app / Apple iPod ସବୁଥିରେ Made in ଓଡିଶା ଗୀତ ମୁଁ ଆଜିକାଲି ବାରମ୍ବାର ଶୁଣୁଛି ।
ନିକ୍ୱଣ : ଓହୋ , ମନେ ମନେ ହିରୋଇନ (MMH) !!!
କାନନ : ବୋଉ , ଦେଖିଲୁ Nikon କେମିତି ମତେ ଚିଡ଼ଉଛି ହିରୋଇନ ବୋଲି ।
ବୋଉ : ତୁମ ଭାଇ ଭଉଣୀଙ୍କ କଳିକଜିଆ କେବେ ଗଲାନି । ଆଜି ଅଜା ଆଇ ଆସିବେ ବୋଲି WhatsApp କରିଥିଲେ Thailand ରୁ ..ଘର ଏମିତି ବସ ଷ୍ଟାଣ୍ଡ ପରି ପକାଇଛ , ସେମାନେ କଣ ଭାବିବେ?
***********************************************************
Scene#2
ନିକ୍ୱଣ :ଆଇ, ମୁଁ ଆଜି ସ୍ୱପ୍ନରେ ମହାନଦୀ ଦେଖିଲି । ମହାନଦୀ ଏକ ଦେବୀ ରୂପରେ ଆସିଥିଲେ, ଦେଖିବାକୁ ସାକ୍ଷାତ “ନାରୀ ନୁହେଁ ତୁ ନାରାୟଣୀ “ ସିନେମାରେ ରଚନା ବାନାର୍ଜୀ ଙ୍କ ପରି । ସେ କଇଁ କଇଁ ହୋଇ କାନ୍ଦୁଥାଏ ।ମୁଁ ବି ମୋର କୋହ ସମ୍ଭାଳି ପାରିଲିନି ।ମୋ ଆଖିରୁ ବି ଦି ଧାର ଲୁହ ଆସିଗଲା ।
ଆଇ : ତୁ କେବେଠୁ ଏମିତି ଦେବୀ ସ୍ବପ୍ନ ଦେଖିଲୁଣି । ଏହା ଶୁଭ ଲକ୍ଷଣ ଯେ !!
ବୋଉ : ଏସବୁ ରୋଜାଲିନ ର କରାମତି , ସବୁବେଳେ ଖାଲି Bengali /Odia ସିନେମା ଦେଖିଲା , ସେ ପୁଣି ରଚନା ର , କହୁଛି ନାଁ କଣ , ସେ ସବୁବେଳେ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ପାଏ ତାର ରଚନା ଦିଦି ପାଇଁ । ଜାଣିଛୁ ବୋଉ ସେ ଓ ତାର ଶିଶୁମନ୍ଦିର ସାଙ୍ଗ ମିଶି କୋଲକାତା ବାହାରିଥିଲେ ରଚନା ଙ୍କୁ ଭେଟିବା ପାଇଁ । ଏତେ ଛୋଟ ବୟସରୁ Instagram ରେ ସେ ବଙ୍ଗୀୟ ଅଭିନେତ୍ରୀ ଏମାନଂକୁ କୁଆଡେ Follow କରିଛି ।
(ସଞ୍ଜ ଗଡି ଆସିଲାଣି, ବୋଉ ର “ଆହେ ନୀଳ ଶୈଳ …” ଭଜନ ଭାସି ଆସୁଥାଏ, ନନା ବି ପହଞ୍ଚି ଗଲେଣି ଅଫିସ କାମ ସାରି, ଅଜା ଆଇ ବି ମହିମା ଗୋସାଇଁଙ୍କ ଭଜନ ଓ ଅଲେଖ ମହିମା ଧୁନ ରେ ନିଜକୁ ଆତ୍ମ ସମର୍ପିତ କରି ଦେଇଥାନ୍ତି ଛାତ ଉପରେ ସେଇ ଶୂନ୍ୟ ବ୍ରହ୍ମ ଙ୍କୁ ..)
Scene#3
କାନନ : ନନା, ଆଜି Rukmini ରେ “କୃଷ୍ଣାକାବେରୀ” Release ହେଇଛି, ସ୍କୁଲ ରୁ ଆସିବା ବେଳେ ପୋଷ୍ଟର ଦେଖି ଥିଲି । ମୋ ସାଙ୍ଗ ମାନେ ସବୁ 1st Day 1st show ଦେଖି ବାକୁ ଯାଇଥିଲେ ଗୁରୁଜୀ ଙ୍କୁ ମିଛ କହି ।
ନନା : ମୋ ସୁନା ଝିଅଟା , ତୁ ସେ ଭୁଲ କରିନୁ ଜାଣି ଖୁସି ଲାଗିଲା । ଆମେ ସମସ୍ତେ ମିଶି ରବିବାର ଦିନ ଯିବା । ମୁଁ ଯାଉଛି ଜ୍ୟୋତି ଭାଇଙ୍କୁ କହୁଛି ସେ BookMyShow ରେ ସମସ୍ତଙ୍କ ପାଇଁ ଆଗୁଆ ଟିକେଟ କାଟିଦେବେ । ରାକ୍ଷୀ ପୁର୍ଣିମା ଆସୁଛି , ଗାଁ ଗଣ୍ଡା ରୁ ଲୋକଙ୍କ ସୁଅ ଛୁଟୁଛି , ଟିକେଟ ମିଳିବ କି ନାହିଁ ସନ୍ଦେହ ..ବ୍ରହ୍ମପୁରରେ ପ୍ରଥମଥର ପାଇଁ “ରୁକ୍ମିଣୀ” PVR ପ୍ଲୁସ ଅନୁଭୂତି ଦେବ ।
*************************************************************
Scene#4 (କିଛି ଦିନ ପରେ…)
ନିକ୍ୱଣ : ବୋଉ ମୁଁ ଆଜି ପୁଣିଥରେ ମହାନଦୀ ସ୍ବପ୍ନ ରେ ଦେଖିଲି । ଆଜି କିନ୍ତୁ ମହାନଦୀ ରୂପେ ଆସିଥିଲେ “ଡେଉଁଛି ମୋ ବାଁ ଆଖି” ର ନେନା ନାନୀ । ସେ ଗାଳି ଦେଉଥାଏ ସବୁ ଓଡ଼ିଆଙ୍କୁ , ଓଡ଼ିଆ ସିନେମାକୁ, ଓଲିଉଡ଼ Industry କୁ ..କହୁଥାଏ “ଗଙ୍ଗାଯମୁନା” , “କୃଷ୍ଣକାବେରୀ” ନାଁ ରେ ଓଡ଼ିଆ ସିନେମା ହେଲା ହେଲେ ସେମାନେ ଭୁଲିଗଲେ “ମହାନଦୀ” , “କାଠଯୋଡ଼ି” । ଆମେ କଣ ପାପ କରିଥିଲୁ । ଯାଏ ମୁଁ ଗୁଣ୍ଡିଚା ମନ୍ଦିର , ମୋ ଜଗା ଆସିଥିବ ସେଠି , ଦେଖା ହେଇଯିବ ।
କାନନ: (ଉତ୍କଣ୍ଠା ର ସହ ) ତା’ପରେ କ’ଣ ହେଲା ?
ନିକ୍ୱଣ : ସେ କିନ୍ତୁ ତାପରେ ଖାଲି ଫିନ ଫିନ ଇଂରାଜୀ ରେ ଗାଳି ଦେଇ ଗଲା “ସୁନା ଭାଉଜ” ର ଗୀତା ରାଓ ପରି
ଆଇ : କଣ କହି ଗଲା ସେ ?
Nikon : To quote Naina , I’ve recorded her entire dialogue using my One Plus Five phone (recommended by Sid uncle , bought at Amazon)
“ I know Odias, Odisha, Odia directors won’t respect their own talent . Don’t we have good Odia stories? We love to dub other movies, but we forget that we are far away from our own heritage, culture, social fabric! For short term we will get commercial success but can’t be Long Distance Runners like “Baahubali” , Forget about OSCARs, President awards,,bla..bla.bla…Let me leave Odisha forever , will do my Debut in South Indian movies/serials “
Canon : So, it’s the sad story of all Prabasee Odias, Mahanadi is just a symbol . I am proud of you Nikon. That’s the impact of watching Odia/Bengali movies !! You will get such wonderful dreams and I’ll write those stories and publish at Amazon Kindle Stores !!!
*********************************
Scene#5
ଜ୍ୟୋତି ମାମୁଁ (ବୀମା ନଗର , ବ୍ରହ୍ମପୁର): କାନନ , କାହାଣୀର ନାଁ ଟି କଣ ଦେବା ?
କାନନ : ମାମୁଁ , ଆପଣ ତ ଏତେ ବଢିଆ ଓଡ଼ିଆ ମାଗାଜିନ “ଆହ୍ୱାନ “ ର ସମ୍ପାଦକ | ଦେଶ ବିଦେଶର ଓଡ଼ିଆ ଓଡ଼ିଆଣୀ କୁନା କୁନି ପଢି Tweet କରୁଛନ୍ତି “ ଆମକୁ ଆଜି ଲୋଡ଼ା ନାହିଁ ଅଜା ଆଇଙ୍କ ଟୁଆଁ ଟୁଇଁ -କଲୁରୀ ବେଣ୍ଟ କଥା “ !! Hashtag re
#ଆହ୍ବାନ #LITLABS
ପ୍ରଭୁ ଭାଇ (କାନାଡ଼ା ): “ ମହାନଦୀ : ଏକ କ୍ଷତାକ୍ତ ପ୍ରତିଭାର ଆହ୍ୱାନ “ କେମିତି ହୁଅନ୍ତା ?

ସୌଜନ୍ୟ : ଏହି ନାନୋ ଗଳ୍ପଟି “ ମାଉସୀ, ମୌସୁମୀ ଓ ମହାନଦୀ” ନାନୋ ଗଳ୍ପନାଟ୍ୟ ସଂକଳନ ରୁ ସଂଗୃହୀତ, ଯାହା କି ଆସନ୍ତା ବାହୁଡାଯାତ୍ରା ରେ ପ୍ରକାଶ ପାଇବା ପାଇଁ ଇଛା ପ୍ରକଟ କରିଛି କେବଳ Amazon Kindle Store ରେ ..
Dedicated to my Sisters for upcoming Rakshabandhan
Special thanks to Rojalin Nayak Didi for your inspirations , So you played the virtual role of Canon and me as Nikon !!! Hope you will share this story with my niece “Srestha” …
