ଠକାମି ବିଷୟରେ ଅଭିଯୋଗ କରିବାର ମାଧ୍ୟମ — ଆପଣଙ୍କୁ କଣ କରିବା ଉଚିତ୍‍ ସେହି ବିଷୟରେ ଏଠାରେ ଜାଣନ୍ତୁ!

Itishree Jena
PhonePe
Published in
2 min readDec 2, 2022

ଏକ ଠକାମି ବିବାଦ ସେତେବେଳେ ହୋଇଥାଏ ଯେତେବେଳେ ଏକ ଠକାମିର ଶିକାର ହୋଇଥିବା ବ୍ୟକ୍ତି କୌଣସି ଠକାମି କାର୍ଯ୍ୟକଳାପର ସମ୍ମୁଖୀନ ହେବା ଦ୍ୱାରା PhonePe ଗ୍ରାହକ ସେବା (କଷ୍ଟମର କେଆର) ସହ ଯୋଗାଯୋଗ କରନ୍ତି।

PhonePe-ରେ ଠକେଇ ବିବାଦର ଅଭିଯୋଗ କରିବା ପାଇଁ ଏକାଧିକ ଉପାୟ ରହିଛି। ସେଗୁଡ଼ିକ ହେଉଛି:

  1. PhonePe ଆପ୍‍
  2. PhonePe କଷ୍ଟମର କେଆର ନମ୍ବର
  3. ୱେବଫର୍ମ ଦାଖଲ
  4. ସୋସିଆଲ ମିଡିଆ
  5. ଅଭିଯୋଗ

PhonePe ଆପ୍‍ ମାଧ୍ୟମରେ ଆପଣ କିପରି ଅଭିଯୋଗ କରିପାରିବେ :

  • PhonePe ଆପରେ ଲଗଇନ୍‍ କରନ୍ତୁ
  • ଡାହାଣ କୋଣରେ ଥିବା ”?” ଚିହ୍ନ ଉପରେ କ୍ଲିକ୍‍ କରି ସହାୟତା ବିଭାଗକୁ ଯାଆନ୍ତୁ
  • “have an issue with the transaction/ଟ୍ରାଞ୍ଜାକସନକୁ ନେଇ ସମସ୍ୟା” ଉପରେ କ୍ଲିକ୍‍ କରନ୍ତୁ
  • ପରବର୍ତ୍ତୀ ପେଜକୁ ଯାଆନ୍ତୁ ଏବଂ “Report your issue/ଆପଣଙ୍କ ସମସ୍ୟା ରିପୋର୍ଟ କରନ୍ତୁ” ଉପରେ କ୍ଲିକ୍‍ କରନ୍ତୁ
  • ତାପରେ ଆପ୍‍ ଆପଣଙ୍କ ସବୁ ନିକଟର ଟ୍ରାଞ୍ଜାକସନଗୁଡ଼ିକର ଲିଷ୍ଟ ଦେଖାଇବ
  • ଗ୍ରାହକଙ୍କୁ ସେହି ଟ୍ରାଞ୍ଜାକସନ ସିଲେକ୍ଟ କରିବାକୁ ହେବ ଯାହାପାଇଁ ତାଙ୍କୁ ଅଭିଯୋଗ କରିବାର ଆବଶ୍ୟକ ରହିଛି
  • ତାପରେ, ଗ୍ରାହକ “I got a payment request from a fraudster/ମୋତେ ଠକ ଠାରୁ ପେମେଣ୍ଟ ଅନୁରୋଧ ମିଳିଛି” କିମ୍ବା “I received a call from a fraudster/ମୁଁ ଠକ ଠାରୁ କଲ୍‍ ପାଇଛି” ସିଲେକ୍ଟ କରିପାରିବେ।
  • ପ୍ରଯୁଜ୍ୟ ବିକଳ୍ପ ଚୟନ କରାଯିବା ପରେ, PhonePe-ରେ ଏକ ଟିକେଟ ଜେନେରେଟ କରାଯିବ ଏବଂ ଟ୍ରଷ୍ଟ ଏଣ୍ଡ ସେଫ୍ଟି ଟିମ୍‍ ( ବିଶ୍ୱାସ ଏବଂ ସୁରକ୍ଷିତ ଟିମ୍‍) ଏହାକୁ ରିଭ୍ଯୁ କରିବେ ଏବଂ ଏହା ଉପରେ କାର୍ଯ୍ୟକାରୀ କରିବ।

PhonePe କଷ୍ଟମର କେଆର ମାଧ୍ୟମରେ ଅଭିଯୋଗ କରିବା:

  • ଗ୍ରାହକ ନିଜର ଅଭିଯୋଗକୁ ଆଗକୁ ବଢ଼ାଇବା ପାଇଁ ନିମ୍ନଲିଖିତ ନମ୍ବରଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ନମ୍ବର ବ୍ୟବହାର କରି PhonePe କଷ୍ଟମର କେଆର ସହ ଯୋଗାଯୋଗ କରିପାରିବେ: 080–68727374 / 022–68727374। ସେମାନଙ୍କ ସହ ଯୋଗାଯୋଗ କରିବା ପରେ ଆମର ସହାୟତା ଏଜେଣ୍ଟ ସେହି ଅନୁସାରେ ଟିକେଟ ତିଆରି କରିବେ।

ୱେବଫର୍ମ ଦାଖଲ କରି ଅଭିଯୋଗ କରିବା:

  • ଆମର ୱେବଫର୍ମ ଲିଙ୍କ୍‍ -https://support.phonepe.com/ ବ୍ୟବହାର କରି ଗ୍ରାହକ ଟିକେଟ ତିଆରି କରିପାରିବେ
  • ଲିଙ୍କଟି ତାପରେ ସେମାନଙ୍କୁ ରେଜିଷ୍ଟର କରାଯାଇଥିବା ଫୋନ୍‍ ନମ୍ବର ଏବଂ କାପଚା ଏଣ୍ଟର କରିବାକୁ କହିବ।
  • କ୍ରେଡେନ୍ସିଆଲ ଦାଖଲ କରିବା ପରେ, ଆପଣଙ୍କ ରେଜିଷ୍ଟର ମୋବାଇଲ୍‍ ନମ୍ବରରେ ପଠାଯାଇଥିବ OTP ଏଣ୍ଟର କରିବାକୁ ପଚାରିବ।
  • ଲଗଇନ୍‍ ସଫଳ ହେବା ପରେ, ଗ୍ରାହକ “ଠକାମି କିମ୍ବା ଅନଧିକୃତ କାର୍ଯ୍ୟକଳାପ ରିପୋର୍ଟ” କରିପାରିବେ
  • ଗ୍ରାହକ ପ୍ରଯୁଜ୍ୟ ଠକାମି ରିପୋର୍ଟ କରିବାର ବିକଳ୍ପ ସିଲେକ୍ଟ କରିବା ପରେ, ସେମାନଙ୍କୁ ସହାୟତା ଯୋଗାଯୋଗ ପେଜରେ ନିଆଯିବ, ଯେଉଁଠି ଗ୍ରାହକ ଟ୍ରାଞ୍ଜାକସନ ବିବରଣୀ ଏବଂ ଡକ୍ଯୁମେଣ୍ଟ ଶେୟାର କରିପାରିବେ।
  • ଠକାମି ଟ୍ରାଞ୍ଜାକସନ ବିବରଣୀ ପୂରଣ କରିବା ଏବଂ ଦାଖଲ କରିବା ପରେ, ଏକ ଟିକେଟ ଜେନେରେଟ ହେବ।
  • ଗ୍ରାହକ ଯେଉଁ ଟିକେଟ ତିଆରି କରିଛନ୍ତି ତାହାକୁ ଅପଡେଟ୍‍ କରିବା ପାଇଁ ଏହି ପୋର୍ଟାଲର ବ୍ୟବହାର କରିପାରିବେ।

ସୋସିଆଲ୍‍ ମିଡିଆ ମାଧ୍ୟମରେ ଅଭିଯୋଗ କରିବା :

  • ଗ୍ରାହକ ଆମର ସୋସିଆଲ୍‍ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଠକେଇ ଘଟଣା ରିପୋର୍ଟ କରିପାରିବେ

Twitter — https://twitter.com/PhonePeSupport

Facebook -https://www.facebook.com/OfficialPhonePe

ଅଭିଯୋଗ ମାଧ୍ୟମରେ ବିବାଦ ଆରମ୍ଭ କରିବା :

  • ପୂର୍ବରୁ ଉଠାଯାଇଥିବା ଟିକେଟ ଉପରେ ଅଭିଯୋଗ ରିପୋର୍ଟ କରିବାକୁ ଏହି ପୋର୍ଟାଲ ବ୍ୟବହୃତ ହୁଏ
  • ଗ୍ରାହକଙ୍କୁ https://grievance.phonepe.com/-ରେ ଲଗଇନ୍‍ କରିବାକୁ ହେବ ଏବଂ ଯେଉଁ ଟିକେଟ ପୂର୍ବରୁ ତିଆରି ହୋଇଛି ତାହାର ଟିକେଟ ଆଇଡି ଗ୍ରାହକ ଶେୟାର କରିପାରିବେ

ସାଇବରକ୍ରାଇମ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିବା:

  • ଗ୍ରାହକମାନେ ସେମାନଙ୍କ ଠକେଇ ବିବାଦ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ନିକଟସ୍ଥ ସାଇବର କ୍ରାଇମ ବ୍ରାଞ୍ଚକୁ ଯାଇ ଯୋଗାଯୋଗ କରିପାରିବେ
  • ଗ୍ରାହକ ଏହି ଲିଙ୍କ୍‍ ଉପରେ କ୍ଲିକ୍‍ କରି ଅନଲାଇନ ସାଇବର ଅଭିଯୋଗ ମଧ୍ୟ କରିପାରିବେ -https://cybercrime.gov.in/
  • ବୈକଳ୍ପିକ ଭାବରେ, ଗ୍ରାହକ 1930 ନମ୍ବରରେ କଲ୍‍ କରି ସାଇବର ସେଲ ପୋଲିସ ସହ ଯୋଗାଯୋଗ କରିପାରିବେ

--

--