ନକଲି ଆପ୍ଗୁଡ଼ିକ ଠାରୁ ସୁରକ୍ଷିତ ରୁହନ୍ତୁ!
--
ଆଜିର ଏହି ସଂଯୁକ୍ତ ଦୁନିଆରେ, ଆମର ମୋବାଇଲ୍ ଫୋନ୍ ହେଉଛି ସମସ୍ତ ବ୍ୟକ୍ତିଗତ ଏବଂ ମୂଲ୍ୟବାନ ତଥ୍ୟକୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବାର ପସନ୍ଦର ଡିଭାଇସ୍ । ଯଦିଓ, ହ୍ୟାକରମାନେ ଏବଂ ଠକମାନେ କ୍ରମାଗତ ଆମର ବ୍ୟକ୍ତିଗତ ଉପକରଣଗୁଡ଼ିକର ସୁରକ୍ଷା ଭଙ୍ଗ କରିବା ପାଇଁ ନୂତନ ଉପାୟଗୁଡ଼ିକ ସହିତ ସଜାଗ ରହିଥାନ୍ତି ।
ସାଇବର ଆଟାକ୍ ଏବଂ ଆପଣ ଏହାଠାରୁ କିପରି ସୁରକ୍ଷିତ ରହିପାରିବେ ସେହି ବିଷୟରେ ଅଧିକ ଜାଣନ୍ତୁ ।
ସମ୍ପ୍ରତିରେ ହୋଇଥିବା କିଛି ସାଇବର-ଧମକର ଅପ୍ଡେଟ ଅନୁଯାୟୀ, ହ୍ୟାକରମାନେ ଆପଣଙ୍କ ମୋବାଇଲ୍ ଫୋନ୍କୁ ନିମନ୍ତ୍ରଣ କରିବା ପାଇଁ ଏବଂ ସମ୍ବେଦନଶୀଳ ତଥ୍ୟର ଅପବ୍ୟବହାର କରିବା ଉଦ୍ଦେଶ୍ୟରେ ନକଲି ଆପ୍ ଭାବରେ ଭାଇରସ୍/Trojans ବ୍ୟବହାର କରୁଛନ୍ତି ।
ଏହି Virus/Trojans ବୈଧ ଫଟୋ ଏଡିଟିଂ, ଟେକ୍ସଟ ଏଡିଟିଂ, ପେମେଣ୍ଟ, ବ୍ୟାଙ୍କିଂ ଏବଂ ଗେମିଂ ଆପ୍ର ଛଦ୍ମବେଶରେ ଆସିଥାଏ ।
ଥରେ ଇନ୍ଷ୍ଟଲ ହେବା ପରେ, ହ୍ୟାକରମାନେ ଏହି ସଂକ୍ରମିତ ଆପ୍ଗୁଡ଼ିକର ବ୍ୟବହାର କରି ଆପଣଙ୍କ ଅଜାଣତରେ ଆପଣଙ୍କ ଫୋନ୍ରେ ବିଭିନ୍ନ କାର୍ଯ୍ୟକଳାପ ଆରମ୍ଭ କରିଦିଅନ୍ତି । ସେମାନେ ଇଣ୍ଟର୍ନେଟର ଆକ୍ସେସ ପାଇପାରିବେ, ସିଷ୍ଟମ୍ ଆଲର୍ଟର ପରିବର୍ତ୍ତନ କରିପାରିବେ, ଅତିରିକ୍ତ ପ୍ୟାକେଜ୍ ଇନ୍ଷ୍ଟଲ କରିପାରିବେ, ରିବୁଟ୍ ହେବାପରେ ଅଟୋ-ଷ୍ଟାର୍ଟ କରିପାରିବେ । କେବଳ ସେତିକି ନୁହେଁ, ସେମାନେ ଆପଣଙ୍କ ଯୋଗାଯୋଗ ବିବରଣୀ, ମେଡିଆ ଫାଇଲ୍ ଦେଖିପାରିବେ, ଫଟୋ ନେଇପାରିବେ, ଆପଣଙ୍କର ବର୍ତ୍ତମାନର ଅବସ୍ଥାନ ଚିହ୍ନଟ କରିପାରିବେ, ଲକ୍ ସ୍କ୍ରିନ୍ କୋଡ୍ ପଢ଼ିପାରିବେ, ଆପ୍ର ପିନ୍ ଏବଂ OTP ବିବରଣୀ ସହିତ SMS ପଢ଼ିପାରିବେ ।
ଆପଣଙ୍କ ଡିଭାଇସ୍ ଏବଂ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଏହି ଟିପ୍ସଗୁଡ଼ିକୁ ମନେ ରଖନ୍ତୁ!
- ଅବିଶ୍ୱାସନୀୟ ସୂତ୍ରରୁ ଆପ୍ ଡାଉନ୍ଲୋଡ କିମ୍ବା ଇନ୍ଷ୍ଟଲ କରନ୍ତୁ ନାହିଁ । Google Play Store ଏବଂ App Store ପରି ବିଶ୍ୱାସନୀୟ ସୂତ୍ରରୁ ଡାଉନ୍ଲୋଡ କରା ହୋଇଥିବା ଆପ୍ ଡାଉନ୍ଲୋଡ କରନ୍ତୁ ।
- ଆପ୍ର ଅନୁମତିଗୁଡ଼ିକୁ ଭଲ ଭାବରେ ଯାଞ୍ଚ କରନ୍ତୁ ଏବଂ ଆପ୍ ଉଦ୍ଦେଶ୍ୟରେ ଦିଆଯାଇଥିବା ପ୍ରଯୁଜ୍ୟ ପ୍ରସଙ୍ଗ ଥିବା ଅନୁମତିଗୁଡ଼ିକୁ ସ୍ୱୀକାର କରନ୍ତୁ ।
- ଆପଣଙ୍କ ଫୋନ୍ ସେଟିଙ୍ଗସ୍କୁ ଯାଇ “ଅବିଶ୍ୱାସନୀୟ ସୂତ୍ର” ରୁ ଆପ୍ ଇନ୍ଷ୍ଟଲ କରିବା ବିକଳ୍ପଟି ନିଷ୍କ୍ରିୟ କରିବାକୁ ଯେପରି ନ ଭୁଲନ୍ତି ।
- ସର୍ବସାଧାରଣଙ୍କ Wi-Fi ନେଟ୍ୱାର୍କ ବ୍ୟବହାର କରନ୍ତୁ ନାହିଁ ଏବଂ ଆବଶ୍ୟକ ନଥିବା ସମୟରେ ଆପଣଙ୍କର Wi-Fi ସଂଯୋଗକୁ ବନ୍ଦ କରିଦିଅନ୍ତୁ । ସଂକ୍ରମିତ ଆପ୍ ବଣ୍ଟନ କରିବା ପାଇଁ ବ୍ୟବହାର କରାଯାଉଥିବା ସର୍ବସାଧାରଣ ସ୍ଥାନରେ ଅବିଶ୍ୱାସୀ Wi-Fi ଆକ୍ସେସ ପଏଣ୍ଟ ଥାଇପାରେ ।
- ପ୍ରତିଷ୍ଠିତ ପ୍ରଦାତାଙ୍କ ଠାରୁ ସେକ୍ୟୁରିଟି ସଫ୍ଟୱେର୍ ଇନ୍ଷ୍ଟଲ କରନ୍ତୁ ଏବଂ ସେଗୁଡ଼ିକୁ ନିୟମିତ ଭାବରେ ଅପ୍ଡେଟ କରନ୍ତୁ ।
- ଆପଣଙ୍କୁ ଯଦି କୌଣସି ଗୋଟିଏ ଆପ୍ ଡାଉନ୍ଲୋଡ କରିବାକୁ ପଡ଼େ ତେବେ ଆପ୍ଟି ଇନ୍ଷ୍ଟଲ କରିବା ପାଇଁ ସୁରକ୍ଷିତ ନା ନାହିଁ ତାହା ଜାଣିବା ପାଇଁ ରିଭ୍ଯୁ ଦେଖନ୍ତୁ ।
- ଅଜଣା ସୂତ୍ରରୁ ଇମେଲ୍ରେ ଆଟାଚ୍ ହୋଇ ଆସିଥିବା କୌଣସି ଜିପ୍ ଫାଇଲ୍ ଡାଉନ୍ଲୋଡ କରନ୍ତୁ ନାହିଁ କିମ୍ବା ଟେକ୍ସଟ ମେସେଜରେ କୌଣସି ଲିଙ୍କ୍ ଥିଲେ ତା ଉପରେ କ୍ଲିକ୍ କରନ୍ତୁ ନାହିଁ ।
- ଆପଣଙ୍କ ବ୍ରାଉଜର୍ରେ ଫାଇଲ୍ଗୁଡ଼ିକ ଡାଉନ୍ଲୋଡ କରିବାକୁ ଚେଷ୍ଟା କରୁଥିବା ୱେବ୍ପେଜକୁ ତୁରନ୍ତ ବନ୍ଦ କରନ୍ତୁ ।