ନକଲି ପେମେଣ୍ଟ ସ୍କ୍ରିନସଟର ଶିକାରରୁ ରକ୍ଷା ପାଇବା ପାଇଁ ଆପଣଙ୍କ ସାହାଯ୍ୟ ହେତୁ ଏକ ଶୀଘ୍ର ଗାଇଡ

Itishree Jena
PhonePe
Published in
3 min readAug 24, 2023

ସ୍କ୍ରିନସଟ କିମ୍ବା ସ୍କାମ ସଟ୍? ନକଲି ସ୍କ୍ରିନସଟ ଠକାମି ବ୍ୟବସାୟୀମାନଙ୍କ ପାଇଁ ଏକ ପ୍ରକୃତ ସମସ୍ୟା, ବିଶେଷକରି ବିକ୍ରେତାମାନଙ୍କ ପାଇଁ, ଏକ ବ୍ୟସ୍ତ ଫୁଡ ଷ୍ଟ୍ରିଟ୍ କିମ୍ବା ଏକ ଲୋକପ୍ରିୟ ଫ୍ଲି ମାର୍କେଟ, ଯେଉଁଠାରେ ଶହ ଶହ ଲୋକଙ୍କ ଭିଡ଼ ହୋଇଥାଏ। ଏପରି ପରିସ୍ଥିତିରେ ପେମେଣ୍ଟ କନଫର୍ମେସନର ପ୍ରାମାଣିକରଣ କରିବା ଏକ ଚ୍ୟାଲେଞ୍ଜ, ଠକମାନଙ୍କୁ ନିରିହ ଲୋକମାନଙ୍କୁ ଠକାଇବାର ଯୋଜନା ପ୍ରସ୍ତୁତ କରିବାର ଏକ ଉପଯୁକ୍ତ ସୁଯୋଗ ମିଳିଯାଏ।

ନକଲି ସ୍କ୍ରିନସଟ ଠକେଇ ହେଉଛି ଯେଉଁଠାରେ ଜଣେ ଠକ ପୀଡିତଙ୍କୁ ଠକିବା ପାଇଁ ପେମେଣ୍ଟ କନଫର୍ମେସନର ଏକ ନକଲି ସ୍କ୍ରିନସଟ ତିଆରି କରେ ଯାହା ପେମେଣ୍ଟ ପ୍ରକ୍ରିୟା ହୋଇସାରିଛି ଏବଂ ରାଶି ପୀଡିତଙ୍କ ଆକାଉଣ୍ଟରେ ଜମା ହୋଇସାରିଛି।

ଅନଲାଇନ ପେମେଣ୍ଟ ଆପଣାଇବା ଦ୍ୱାରା ନିଶ୍ଚିତ ଭାବରେ ନଗଦ ପରିଚାଳନା ଏବଂ ମନି ଟ୍ରେଲ୍ ଭଳି ପ୍ରମୁଖ ସମସ୍ୟାର ସମାଧାନ ହୋଇଥାଏ। ଯଦିଓ, ଜାଲିଆତ କାର୍ଯ୍ୟକଳାପ ବିରକ୍ତିକର, କ୍ଷତିକାରକ ହୋଇପାରେ। ଏହାର ମୁକାବିଲା କରିବାର ଉପାୟ ହେଉଛି ଅଧିକ ସଚେତନ ହେବା ଏବଂ ଏହାର ଶିକାର ନହେବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା।

ଠକମାନେ କିପରି ନକଲି ସ୍କ୍ରିନସଟ ତିଆରି କରନ୍ତି?

ଏପରି ୱେବସାଇଟ ଏବଂ ଆପ୍ ପାଇବା ଅତ୍ୟନ୍ତ ସହଜ ଅଟେ ଯାହା ଏକ ପ୍ରକୃତ ପେମେଣ୍ଟ କନଫର୍ମେସନ ମେସେଜ / ଆପ୍ ପେଜକୁ ଏଡିଟ୍‍ କରି ଠକମାନଙ୍କୁ ନକଲି ସ୍କ୍ରିନସଟ ତିଆରି କରିବାକୁ ଅନୁମତି ଦେଇଥାଏ। ଏକ ସରଳ ଗୁଗୁଲ୍ ସର୍ଚ୍ଚ ଠକମାନଙ୍କ ପାଇଁ ଏହିପରି ଠକେଇ ପାଇଁ ଅନେକ ବିକଳ୍ପ ଉପଲବ୍ଧ କରାଇଥାଏ।

ଠକେଇ ପରିସ୍ଥିତି

ଏଠାରେ କିଛି ଜଣାଶୁଣା ପରିସ୍ଥିତି ଦିଆଯାଇଛି ଯେଉଁଠି ପେମେଣ୍ଟ କନଫର୍ମେସନ ପାଇଁ ନକଲି ସ୍କ୍ରିନସଟ ବ୍ୟବହାର କରାଯାଇଥାଏ। ଏହାକୁ ଭଲ ଭାବରେ ପଢ଼ନ୍ତୁ ଯାହା ଦ୍ୱାରା ଆପଣ ନିଶ୍ଚିତ ହୋଇପାରିବେ ଯେ ଆପଣ ଏପରି ଜାଲରେ ଯେପରି ନ ପଡ଼ନ୍ତି।

  • ଅଫଲାଇନ୍ ବ୍ୟବସାୟୀଙ୍କୁ ବିଭ୍ରାନ୍ତ କରିବା: ଏହା ପ୍ରାୟତଃ ଘଟିଥାଏ ଯେ ଜଣେ ବ୍ୟବସାୟୀ ପେମେଣ୍ଟ କନଫର୍ମେସନ ଚେକ୍‍ କରିବା ପାଇଁ ହୁଏତ ଅତ୍ୟଧିକ ବ୍ୟସ୍ତ ହୋଇଥାନ୍ତି କିମ୍ବା ଅନ୍ୟ ମନସ୍କ ହୋଇଥାନ୍ତି। ଠକମାନେ ବ୍ୟବସାୟୀଙ୍କଠାରୁ ଉତ୍ପାଦ କିମ୍ବା ସେବା ପାଇବା ପାଇଁ ଏକ ନକଲି ସ୍କ୍ରିନସଟ୍ ବ୍ୟବହାର କରି ଏହି ଦୁର୍ବଳତାର ଲାଭ ଉଠାଇଥାନ୍ତି।
  • ଅନଲାଇନ ବ୍ୟବସାୟରେ ଠକାମି: ଅନ୍ୟ କ୍ଷେତ୍ରରେ, ଯେପରି ଏକ ନୂତନ ଇନଷ୍ଟାଗ୍ରାମ ବ୍ୟବସାୟରେ ହୋଇଥାଏ ଯାହା ଗ୍ରାହକଙ୍କ ବେସ ନିର୍ମାଣ ଏବଂ ଏକ ଭଲ ଗ୍ରାହକଙ୍କ ଅଭିଜ୍ଞତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଅର୍ଡର ଉପରେ ନିର୍ଭର କରିଥାଏ, ସେମାନଙ୍କୁ ପେମେଣ୍ଟ କନଫର୍ମେସନ ସ୍କ୍ରିନସଟ ପଠାଉଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରାଯା, ଯଦିଓ ସେମାନଙ୍କୁ କୌଣସି ବିଜ୍ଞପ୍ତି ମିଳିନଥାଏ। ପରେ ପେମେଣ୍ଟ ପାଇବା ଆଶାରେ ସେମାନେ ଏକ ଉତ୍ପାଦ କିମ୍ବା ସେବା ପ୍ରଦାନ କରଥାନ୍ତି। ବହୁତ ସମୟ ପରେ ପୀଡ଼ିତାଙ୍କୁ ଅନୁଭବ ହୋଇଥାଏ ଯେ ସେମାନଙ୍କୁ ଠକାଯାଇଛି।
  • ଟଙ୍କା ଟ୍ରାନ୍ସଫର ନାମରେ ନଗଦ: ନଗଦ ଅର୍ଥର ବାହାନା କରି ଠକମାନେ ଅନଲାଇନ୍ ପେମେଣ୍ଟ ବଦଳରେ ପୀଡିତମାନଙ୍କୁ ଜରୁରୀକାଳୀନ ନଗଦ ମାଗନ୍ତି। ସେମାନେ ପୀଡିତାଙ୍କ ଆକାଉଣ୍ଟ୍ ବିବରଣୀ ନିଅନ୍ତି ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଏକ ନକଲି ଟ୍ରାଞ୍ଜାକସନ ସ୍କ୍ରିନସଟ ଦେଖାନ୍ତି।)
  • ନକଲି ବ୍ୟକ୍ତି-ରୁ-ବ୍ୟକ୍ତି ଟଙ୍କା ଟ୍ରାନ୍ସଫର: ପୀଡିତଙ୍କୁ ଭୁଲରେ ଟଙ୍କା ପଠାଇବାର ଆଡ଼ରେ ସେମାନେ Whatsapp ରେ ସ୍କ୍ରିନସଟ ପଠାଇଥାନ୍ତି ଏବଂ ଲଗାତାର କଲ୍‍ କରନ୍ତି। ଯଦି ସେମାନେ ଟଙ୍କା ପଠାଇବାକୁ ରାଜି ନ ହୁଅନ୍ତି ତେବେ ସେମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଟଙ୍କା ଫେରସ୍ତ କରିବାକୁ କୁହନ୍ତି ଏବଂ ପୀଡିତାଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାପ ପକାନ୍ତି।

ନକଲି ସ୍କ୍ରିନସଟ ଠକାମିରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ

  1. ଉତ୍ପାଦ କିମ୍ବା ସେବା ପ୍ରଦାନ କରିବା ପୂର୍ବରୁ ସବୁବେଳେ ପେମେଣ୍ଟ କନଫର୍ମେସନ ମେସେଜ ଯାଞ୍ଚ କରନ୍ତୁ। ଆପଣ ଏହାକୁ ଆପଣଙ୍କୁ ପୁରୁଣା ଟ୍ରାଞ୍ଜାକସନରେ ଯାଇ ଦେଖିପାରିବେ।
  2. କେବଳ ସ୍କ୍ରିନସଟ ଉପରେ ନିର୍ଭର କରନ୍ତୁ ନାହିଁ। ପେମେଣ୍ଟ ଯାଞ୍ଚ କରିବାରେ ସ୍କ୍ରିନସଟ ସହାୟକ ହୋଇପାରେ କିନ୍ତୁ ସେଗୁଡ଼ିକ ସହଜରେ ବ୍ୟବହାର କରାଯାଇପାରିବ। ଏହା ପରିବର୍ତ୍ତେ, ପେମେଣ୍ଟ କନଫର୍ମେସନର ଅନ୍ୟ ସଙ୍କେତ ଯେପରିକି ଆପଣଙ୍କର ରେଜିଷ୍ଟର ବ୍ୟାଙ୍କରୁ ଆସିଥିବା ଇମେଲ କିମ୍ବା SMS ନୋଟିଫିକେସନ ଯାଞ୍ଚ କରନ୍ତୁ।
  3. ବ୍ୟବସାୟୀଙ୍କ ପାଇଁ, ଏକ ସ୍ମାର୍ଟ ସ୍ପିକର ଯାହା ଭଏସ ମେସଜ ମାଧ୍ୟମରେ ପେମେଣ୍ଟର ସୂଚନା ଦେଇଥାଏ ତାହା କେବେ ବି ଭୁଲ ହୋଇନପାରେ।

ଆପଣ ଯଦି ଏକ ନକଲି ସ୍କ୍ରିନସଟ ଠକାମିର ଶିକାର ହୁଅନ୍ତି ତେବେ ଆପଣଙ୍କୁ କଣ କରିବା ଉଚିତ୍

ଯଦି ଆପଣଙ୍କୁ PhonePe ରେ ଠକମାନଙ୍କ ଦ୍ୱାରା ଠକାଯାଏ, ଆପଣ ତୁରନ୍ତ ନିମ୍ନଲିଖିତ ଉପାୟରେ ଏହି ସମସ୍ୟାର ଅଭିଯୋଗ କରିପାରିବେ:

  • PhonePe ଆପ୍‍: Help/ସହାୟତା ବିଭାଗକୁ ଯାଆନ୍ତୁ ଏବଂ “have an issue with the transaction/ଟ୍ରାଞ୍ଜାକସନ ସହ ସମସ୍ୟା” ବିକଳ୍ପ ଅଧିନରେ ଯାଇ ଏହି ସମସ୍ୟାର ଅଭିଯୋଗ କରନ୍ତୁ।
  • PhonePe ଗ୍ରାହକ ସହାୟତା ନମ୍ବର: ଆପଣ 80–68727374 / 022–68727374 ନମ୍ବରରେ କଲ୍‍ କରି ଗ୍ରାହକ ସହାୟତା ସହ ଅଭିଯୋଗ କରିପାରିବେ, ତାହା ପରେ ଗ୍ରାହକ ସହାୟତା ଏଜେଣ୍ଟ ଏକ ଟିକେଟ ତିଆରି କରିବେ ଏବଂ ଆପଣଙ୍କ ସମସ୍ୟାରେ ସାହାଯ୍ୟ କରିବେ।
  • ୱେବଫର୍ମ ସବମିସନ: PhonePe-ର ୱେବଫର୍ମ https://support.phonepe.com/ ବ୍ୟବହାର କରି ଆପଣ ଆପଣଙ୍କ ଅଭିଯୋଗ ସମ୍ବନ୍ଧୀୟ ଟିକେଟ ତିଆରି କରିପାରିବେ।
  • ସୋସିଆଲ ମିଡିଆ: PhonePeର ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟବହାର କରି ଠକାମି କାର୍ଯ୍ୟକଳାପର ଅଭିଯୋଗ କରିପାରିବେ
    Twitter — https://twitter.com/PhonePeSupport
    Facebook — https://www.facebook.com/OfficialPhonePe
  • ଅଭିଯୋଗ: କୌଣସି ପୂର୍ବରୁ ଉପଲବ୍ଧ ଅଭିଯୋଗ ଉପରେ ଅସନ୍ତୁଷ୍ଟ ରିପୋର୍ଟ କରିବା ପାଇଁ, ଆପଣ https://grievance.phonepe.com/ରେ ଲଗଇନ କରିପାରିବେ ଏବଂ ପୂର୍ବରୁ ତିଆରି କରାଯାଇଥିବା ଟିକେଟ ଆଇଡି ଶେୟାର କରିପାରିବେ।
  • ସାଇବର ସେଲ: ଶେଷରେ, ଆପଣ ନିକଟସ୍ଥ ସାଇବର କ୍ରାଇମ ସେଲରେ ଠକେଇ ଅଭିଯୋଗ ରିପୋର୍ଟ କରିପାରିବେ କିମ୍ବା https://www.cybercrime.gov.in/ ରେ ଅନଲାଇନରେ ଅଭିଯୋଗ ପଞ୍ଜିକରଣ କରିପାରିବେ କିମ୍ବା 1930 ରେ ସାଇବର କ୍ରାଇମ ସେଲ ହେଲ୍ପଲାଇନରେ ଯୋଗାଯୋଗ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ମନେ ରଖିବା ଆବଶ୍ୟକ — PhonePe କେବେବି ଆପଣଙ୍କ ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ପଚାରେ ନାହିଁ। phonepe.com ଡୋମେନରୁ ହୋଇନଥିବା ସ୍ୱତ୍ତେ କୌଣସି ଇମେଲ୍‍ ଯଦି PhonePeରୁ ଆସିଥିବାର ଦାବି କରାହୁଏ ତେବେ ସେହି ଇମେଲଗୁଡ଼ିକୁ ଆଗ୍ରହ୍ୟ କରନ୍ତୁ। ଯଦି ଆପଣ ଠକେଇର ସନ୍ଦେହ କରୁଛନ୍ତି, ଦୟାକରି ତୁରନ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।

--

--