ଯଦି ଭୁଲରେ ଟଙ୍କା ଟ୍ରାନ୍ସଫର ହୋଇଯାଇଛି କିମ୍ବା ପେଣ୍ଡିଂ ସ୍ଥିତିରେ ରହିଛି ତେବେ UPI ପେମେଣ୍ଟ କିପରି ଫେରି ପାଇବେ

Itishree Jena
PhonePe
Published in
3 min readJun 13, 2023

କେବେ ଚିନ୍ତା କରିଛନ୍ତି କି ଯଦି ଆପଣ ଭୁଲ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି କିମ୍ବା ଆପଣଙ୍କ ଟଙ୍କା ପେଣ୍ଡିଂ ସ୍ଥିତିରେ ଅଟକି ରହିଛି ତେବେ ଆପଣ ଆପଣଙ୍କ ପେମେଣ୍ଟ କିପରି ଫେରି ପାଇବେ? ଭୁଲବଶତଃ ଭୁଲ ବ୍ୟକ୍ତିଙ୍କୁ ଟଙ୍କା ପଠାଇବା ଏକ ସାଧାରଣ କଥା ନୁହେଁ। ଟଙ୍କା ଟ୍ରାନ୍ସଫର କରିବା ପାଇଁ ଆପଣ ହୁଏତ ଫୋନ୍ ନମ୍ବରର ଭୁଲ ଡିଜିଟ୍ ଲେଖିଥିବେ, ଭୁଲ UPI ଆଇଡିରେ ଟାଇପ କରିଥିବେ କିମ୍ବା ଭୁଲ ବ୍ୟକ୍ତିଙ୍କ ଚାଟ ଉପରେ କ୍ଲିକ୍ କରିଥିବେ, ଟ୍ରାଞ୍ଜାକସନ ପରେ ଆପଣଙ୍କୁ ଲାଗିପାରେ ଯେ ଆପଣ ଭୁଲ ବ୍ୟକ୍ତିଙ୍କୁ ଟଙ୍କା ପଠାଇଛନ୍ତି! ଏଭଳି ସ୍ଥିତିରେ କିମ୍ବା ଯେତେବେଳେ କୌଣସି ପେମେଣ୍ଟ ପେଣ୍ଡିଂ ସ୍ଥିତିକୁ ଚାଲିଯାଏ, ସେତେବେଳେ ଆପଣ ଏହି ବ୍ଲଗରେ ଦିଆଯାଇଥିବା ପ୍ରକ୍ରିୟାକୁ ଅନୁସରଣ କରି ଆପଣଙ୍କ ପେମେଣ୍ଟ ଫେରି ପାଇପାରିବେ।

ତ୍ରୁଟିପୂର୍ଣ୍ଣ ଟଙ୍କା ଟ୍ରାନ୍ସଫର କ’ଣ?

ଯେତେବେଳେ ଆପଣ ଉଦ୍ଦିଷ୍ଟ ରିସିଭରଙ୍କ ବଦଳରେ ଏକ ଭୁଲ ବ୍ୟକ୍ତିଙ୍କୁ ଟଙ୍କା ଟ୍ରାନ୍ସଫର କରନ୍ତି, ଏହାକୁ ତ୍ରୁଟିପୂର୍ଣ୍ଣ କିମ୍ବା ଭୁଲ ଟଙ୍କା ଟ୍ରାନ୍ସଫର ବୋଲି କୁହାଯାଏ।

ଭୁଲରେ ଆପଣ ଟଙ୍କା ଟ୍ରାନ୍ସଫର କରିଥିଲେ କ’ଣ କରିବେ?

ଯେହେତୁ UPI ସିଧାସଳଖ ଟ୍ରାନ୍ସଫର ହୋଇଥିବା ଟଙ୍କା ରିସିଭରଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରେ ଜମା କରିଥାଏ, ତେଣୁ ଟ୍ରାନ୍ସଫର ହୋଇଥିବା ଟଙ୍କାକୁ ଫେରି ପାଇବା ଏକ ଚ୍ୟାଲେଞ୍ଜିଂ କାମ ହୋଇଥାଏ। UPI ପେମେଣ୍ଟକୁ ବାତିଲ କରିବା କିମ୍ବା ଫେରି ପାଇବାକୁ ବ୍ୟାଙ୍କ୍‍ ଆମକୁ ଅନୁମତି ଦିଏ ନାହିଁ। ଟଙ୍କା ଫେରି ପାଇବାକୁ, ଫଣ୍ଡ ଟ୍ରାନ୍ସଫର କରିବା ପାଇଁ ବ୍ୟାଙ୍କକୁ ରିସିଭର ନିଜର ସମ୍ମତି ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ।

ଯଦି ରିସିଭର ଜଣେ ପରିବାରର ସଦସ୍ୟ କିମ୍ବା ବନ୍ଧୁ ହୋଇଥାନ୍ତି, ତେବେ ଟଙ୍କା ଫେରି ପାଇବା ବହୁତ ସହଜ ହୋଇଥାଏ, ତଥାପି ଯଦି ଆପଣ ଭୁଲରେ ଟଙ୍କା ଟ୍ରାନ୍ସଫର କରିଛନ୍ତି ଏବଂ ଆପଣ ଟଙ୍କା ଫେରି ପାଇବାରେ ଅସମର୍ଥ ହୁଅନ୍ତି, ତେବେ ଆପଣଙ୍କୁ ଏସବୁ କରିବାକୁ ହେବ:

1. ଆପଣଙ୍କ ବ୍ୟାଙ୍କ୍‍ ସହ ସିଧାସଳଖ ଯୋଗାଯୋଗ କରନ୍ତୁ ଏବଂ ପେମେଣ୍ଟର ୟୁନିକ ଟ୍ରାଞ୍ଜାକସନ ରେଫରେନ୍ସ (UTR) ନମ୍ବର ସହିତ ଭୁଲ କ୍ରେଡିଟ୍ ଚାର୍ଜବ୍ୟାକ୍ ସମ୍ବନ୍ଧରେ ଅଭିଯୋଗ କରନ୍ତୁ।

2. ଯଦି ଆପଣ ଭୁଲବଶତଃ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ପଠାଇଛନ୍ତି ଆପଣଙ୍କ ବ୍ୟାଙ୍କ୍‍ ଶାଖାରେ ତାଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ୍‍ ଅଛି ତେବେ ଆପଣଙ୍କ ତରଫରୁ ବ୍ୟାଙ୍କ୍‍ ସିଧାସଳଖ ସେମାନଙ୍କୁ ଯୋଗାଯୋଗ କରିବ ଏବଂ ଟଙ୍କା ଫେରାଇବା ପାଇଁ ଅନୁରୋଧ କରିବ।

3. ଯଦି ଆପଣ ଭୁଲବଶତଃ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ପଠାଇଛନ୍ତି ଆପଣଙ୍କ ବ୍ୟାଙ୍କ୍‍ ଶାଖାରେ ତାଙ୍କର ବ୍ୟାଙ୍କ୍‍ ଆକାଉଣ୍ଟ୍‍ ନାହିଁ ବା ଅନ୍ୟ ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ୍‍ ଅଛି ତେବେ ଆପଣଙ୍କ ବ୍ୟାଙ୍କ୍‍ କେବଳ ଏକ ସହାୟତାକାରୀ ଭାବରେ କାର୍ଯ୍ୟ କରିବ ଏବଂ ଆପଣଙ୍କୁ ସେ ବ୍ୟାଙ୍କ୍‍ ଶାଖାର କିଛି ବିବରଣୀ ପ୍ରଦାନ କରିବ। ଅଧିକ ସହାୟତା ପାଇଁ ଆପଣଙ୍କୁ ସେ ବ୍ୟାଙ୍କ୍‍ ଶାଖାକୁ ଯାଇ ମ୍ୟାନେଜରଙ୍କ ସହ କଥା ହେବାକୁ ପଡ଼ିବ।

4. ରିସିଭର ରାଜି ହେଲେ ହିଁ ଟଙ୍କା ଫେରାଇ ଆଣିହେବ। ଯଦି ଏପରି ହୁଏ ତେବେ 7 ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯିବ।

5. ଯଦି ରିସିଭର ଆପଣଙ୍କ ଅନୁରୋଧର ଉତ୍ତର ନଦିଅନ୍ତି କିମ୍ବା ବ୍ୟାଙ୍କ୍‍ ସେହି ଟଙ୍କା ଫେରାଇ ଆଣିବାରେ ଅସମର୍ଥ ହୁଏ ତେବେ ଆପଣ NPCI ପୋର୍ଟାଲ (https://npci.org.in/)ରେ ଅଭିଯୋଗ କରିପାରିବେ।

6. ଉପରୋକ୍ତ ପ୍ରକ୍ରିୟାଗୁଡ଼ିକ ଅନୁସରଣ କରିବା ପରେ, ଯଦି ଅଭିଯୋଗର ସମାଧାନ ନହୁଏ, ତେବେ 30 ଦିନ ପରେ ଆପଣ ବ୍ୟାଙ୍କିଂ ଲୋକପାଳଙ୍କ ନିକଟକୁ ଯାଇ ମାମଲାକୁ ଆଗକୁ ନେଇପାରିବେ।

ପେଣ୍ଡିଂ ଟ୍ରାଞ୍ଜାକସନ କ’ଣ?

ପେଣ୍ଡିଂ ଟ୍ରାଞ୍ଜାକସନ କହିଲେ ସାଧାରଣତଃ ଏକ ପେମେଣ୍ଟକୁ ବୁଝାଏ ଯାହା ଟଙ୍କା କଟିବା ପରେ ପେଣ୍ଡିଂ ସ୍ଥିତିକୁ ଯାଇଥାଏ। ଏହା ଅନେକ ପ୍ରକାରରେ ହୋଇପାରେ — ଆପଣ ପେମେଣ୍ଟ କରନ୍ତି ଏବଂ ଟ୍ରାଞ୍ଜାକସନ ଆପଣଙ୍କ ତରଫରୁ ସମ୍ପୂର୍ଣ୍ଣ ହୋଇଥାଏ କିନ୍ତୁ ରିସିଭର ଟଙ୍କା ପାଇନଥାନ୍ତି, ଆପଣଙ୍କ ପେମେଣ୍ଟ ପେଣ୍ଡିଂ ସ୍ଥିତିରେ ଥାଏ କିମ୍ବା ଟ୍ରାଞ୍ଜାକସନ ବାତିଲ ହୋଇଯାଏ କିନ୍ତୁ କଟିଥିବା ଟଙ୍କା ଆପଣ ଫେରି ପାଆନ୍ତି ନାହିଁ।

ଆପଣଙ୍କ ପେମେଣ୍ଟ ପେଣ୍ଡିଂ ସ୍ଥିତିରେ ଥିଲେ କ’ଣ କରିବେ

  1. ଦୟାକରି ଧୈର୍ଯ୍ୟ ରଖନ୍ତୁ। ଏହି କ୍ଷେତ୍ରରେ ଆପଣଙ୍କ ଟଙ୍କା ସୁରକ୍ଷିତ ଏବଂ ନିରାପଦ ରହିବ ଏବଂ ଆପଣ ଖୁବଶୀଘ୍ର ଟଙ୍କା ଫେରି ପାଇବେ।
  2. PhonePe ଆପରେ ଏହି ସମସ୍ୟାକୁ ରିପୋର୍ଟ କରନ୍ତୁ ଯାହାଦ୍ୱାରା ଆମେ ପ୍ରୋଗ୍ରେସକୁ ଟ୍ରାକ କରିପାରିବୁ।
  3. ଆପଣଙ୍କ ବ୍ୟାଙ୍କ ପେମେଣ୍ଟର ଅନ୍ତିମ ସ୍ଥିତିକୁ ଅପଡେଟ୍ କରିବା ପାଇଁ ଆପଣଙ୍କୁ 48 ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। ଯଦି ଆପଣଙ୍କ ତରଫରୁ ପେମେଣ୍ଟ ସଫଳ ହୋଇଥାଏ ତେବେ ସେହି ଟଙ୍କା ରିସିଭରଙ୍କ ଆକାଉଣ୍ଟରେ ଜମା ହୋଇଯିବ।
  4. ଯଦି ପେମେଣ୍ଟ ବିଫଳ ହୁଏ ତେବେ ପେମେଣ୍ଟ ତାରିଖରୁ 3–5 କାର୍ଯ୍ୟ ଦିବସ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଫେରି ଆସିବ।
  5. ଶୀଘ୍ର ସମାଧାନ ପାଇଁ ଆପଣ ନିଜ ବ୍ୟାଙ୍କ ସହ ଯୋଗାଯୋଗ କରି ଟ୍ରାଞ୍ଜାକସନର UTR ନମ୍ବର ଦର୍ଶାଇ ଅଭିଯୋଗ କରିପାରିବେ।
  6. ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଆପଣ ଏହି ମାମଲାକୁ PhonePe ଆପରେ ଆଗକୁ ନେଇପାରିବେ ଯାହାଦ୍ୱାରା ଆମେ ଏହି ସମସ୍ୟାକୁ ସମାଧାନ କରିବାରେ ସହାୟତା କରିପାରିବୁ ଏବଂ ଟ୍ରାଞ୍ଜାକସନ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବୁ।

ଗୁରୁତ୍ୱପୂର୍ଣ୍ଣ ସୂଚନା: PhonePe କେବେ ବି ଗୋପନୀୟ କିମ୍ବା ବ୍ୟକ୍ତିଗତ ବିବରଣୀ ମାଗିନଥାଏ। ଯଦି ସେମାନେ phonepe.com ଡୋମେନରୁ ଯୋଗାଯୋଗ କରୁନାହାଁନ୍ତି ତେବେ PhonePeରୁ ବୋଲି ଦାବି କରୁଥିବା ସମସ୍ତ ମେଲକୁ ଅଣଦେଖା କରନ୍ତୁ। ଯଦି ଆପଣଙ୍କୁ ଠକେଇର ସନ୍ଦେହ ହେଉଛି ତେବେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ।

ଜଣେ ପ୍ରକୃତ ଗ୍ରାହକ ପ୍ରତିନିଧି କେବେ ବି ଆପଣଙ୍କୁ ଆପଣଙ୍କ ସମ୍ପୂର୍ଣ୍ଣ କ୍ରେଡିଟ/ଡେବିଟ କାର୍ଡ୍ ବିବରଣୀ କିମ୍ବା OTP ଶେୟାର କରିବାକୁ କହିବେ ନାହିଁ। ସେମାନେ କୌଣସି ମୋବାଇଲ୍ ନମ୍ବରରୁ ନୁହେଁ ବରଂ କେବଳ ଅଧିକୃତ ଲ୍ୟାଣ୍ଡଲାଇନ୍ ନମ୍ବରରୁ ହିଁ ଆପଣଙ୍କୁ ଯୋଗାଯୋଗ କରିବେ। ଆପଣଙ୍କ ବ୍ୟାଙ୍କ୍‍ ଭଳି ସମାନ ଅଫିସିଆଲ ଡୋମେନରୁ ପଠାଯାଇଥିବା ଇମେଲଗୁଡ଼ିକୁ ଅଣଦେଖା କରିବା ଉଚିତ୍। ସୋସିଆଲ ଇଞ୍ଜିନିୟରିଂ ଠକାମିରୁ ସାବଧାନ ରୁହନ୍ତୁ।

କୌଣସି ସମସ୍ୟା ସମ୍ୱନ୍ଧରେ ଅଭିଯୋଗ କରିବା ପାଇଁ, ଆପଣଙ୍କର PhonePe ଆପରେ ଲଗଇନ କରନ୍ତୁ ଏବଂ ‘ସାହାୟତା’ ବିଭାଗକୁ ଯାଆନ୍ତୁ। ଆପଣ ‘ଆକାଉଣ୍ଟ ନିରାପତ୍ତା ସମସ୍ୟା/ଠକେଇ କାର୍ଯ୍ୟକଳାପ ରିପୋର୍ଟ କରନ୍ତୁ’ ଅଧୀନରେ ଠକେଇ ଘଟଣା ବିଷୟରେ ରିପୋର୍ଟ କରିପାରିବେ। ବିକଳ୍ପ ଭାବରେ ଆପଣ support.phonepe.com ରେ ଲଗଇନ କରିପାରିବେ କିମ୍ବା Twitter ମାଧ୍ୟମରେ ଯୋଗାଯୋଗ କରିପାରିବେ।

--

--