ଜୀବନ ସଂଘର୍ଷରେ ଆଶାର ଆଲୋକ
ଲେଖକ: ଚୀନ୍ମୟ ନନ୍ଦ
ଜୀବନକୁ ଯଦି ଗୋଟିଏ ଶବ୍ଦରେ ବର୍ଣ୍ଣନା କରିବାକୁ କୁହାଯାଏ, ତେବେ ଯଥାର୍ଥରେ ତା’ର ଅନ୍ୟ ନାଁ ହେବ “ସଂଘର୍ଷ” । ନିଜ ଦୈନନ୍ଦିନ ଜୀବନର ପ୍ରତିଟି ମୂହୁର୍ତ୍ତରେ ଏଠି ସାଧାରଣ ମଣିଷଟେ ଗୋଟେ ପରେ ଗୋଟେ ସଂଘର୍ଷ କରିଚାଲିଛି । କିନ୍ତୁ ଆଜିର ଏ କାହାଣୀ କୌଣସି ସାଧାରଣ ମଣିଷର ସଂଘର୍ଷ କୁ ନେଇ ନୁହେଁ, ବରଂ ଦିନକୁ ଦୁଇ ଓଳି ଭଲ ଖାଇବା ଓ ଟିକେ ଉଚ୍ଚମାନର ଶିକ୍ଷା ପାଇବା ପାଇଁ ସଂଘର୍ଷ କରୁଥିବା ଗୋଟେ ୧୧ ବର୍ଷର ନିରୀହ ଝିଅର କାହାଣୀ । ଉପରୋକ୍ତ ପ୍ରସଙ୍ଗଟି ଆମେ ଯାହା ବିଷୟରେ କହୁଛୁ ସେ ହେଉଛି ମାଲକାନାଗିରି ଜିଲ୍ଲାର ଗୋଟେ ଅବହେଳିତ ଗ୍ରାମର ଏକ ଗରିବ ପରିବାର ରୁ ଆସିଥିବା ସ୍ୱାଗୁପ୍ତା । ପୁରା ନାମ ସ୍ୱାଗୁପ୍ତା ମାଡକାମୀ ।
ପେଷାରେ ସ୍ୱାଗୁପ୍ତାର ପିତା ଜଣେ ଗରିବ କୄଷକ ହୋଇଥିବା ବେଳେ ମାଆ ଜଣେ ସାଧାରଣ ଗୃହିଣୀ । ଅନ୍ୟସବୁ କୋମଳମତି ଛାତ୍ରଛାତ୍ରୀଙ୍କ ପରି ସ୍ୱାଗୁପ୍ତାର ନିରୀହ ଆଖିରେ ବି ଭରି ରହିଛି ଅନେକ ସୁନେଲି ସ୍ୱପ୍ନ, ଯେମିତିକି ଉଚ୍ଚମାନର ଶିକ୍ଷା ଦିଆଯାଉଥିବା ଭଲ ସ୍କୁଲରେ ପଢିବା, ସୁଷମ ଖାଦ୍ୟ ଖାଇବା, ଭବିଷ୍ୟତରେ ଗୋଟେ ଭଲ ଚାକିରି କରି ନିଜ ପରିବାରର ଆର୍ଥିକ ସ୍ଥିତି କୁ ସୁଦୃଢ କରିବା, ଏମିତି ଆହୁରି ଅନେକ କିଛି । କିନ୍ତୁ ସ୍ୱାଗୁପ୍ତାର ଏହି ସବୁ ସ୍ୱପ୍ନ ଆଗରେ ପ୍ରାଚୀର ଭଳି ଠିଆ ହୁଏ ତା’ର ପରିବାରର ଆର୍ଥିକ ଦୁରାବସ୍ଥା । ସ୍ୱାଗୁପ୍ତାର ହୃଦ୍ବୋଧ ହୁଏ ଯେ, ତା’ର ସେହି ସ୍ୱପ୍ନ କେବଳ କୌଣସି ପ୍ରତିଷ୍ଠିତ ଘରୋଇ ସ୍କୁଲରେ ପଢିବା ଦ୍ୱାରା ସମ୍ଭବ ହୋଇପାରିବ । ଯେଉଁଥି ପାଇଁ ଲୋଡା ପ୍ରଚୁର ଅର୍ଥ, ଯାହାକୁ ଯୋଗାଡ କରିବା ତା’ ପରିବାର ପାଇଁ ଅସମ୍ଭବ । ଏତେ ଛୋଟ ବୟସରେ ବି ସ୍ୱାଗୁପ୍ତା ବୁଝିଯାଏ ଯେ, ଜୀବନଟା ଗୋଟେ ସୁନ୍ଦର ସୁନେଲି ସ୍ୱପ୍ନ ନୁହେଁ, ବରଂ ଗୋଟେ କଠୋର ନିଷ୍ଠୁର ବାସ୍ତବତା ।
ସକାଳର କୁହୁଡି ମଧ୍ୟାହ୍ନ କୁ ଉଭେଇ ଯିବା ପରି, ସ୍ୱାଗୁପ୍ତାର ସ୍ୱପ୍ନ ମଧ୍ୟ ଧିରେ ଧିରେ ତା’ ମନ ଭିତରେ ଉଭେଇ ଯିବାକୁ ଆରମ୍ଭ କରେ । ଏଭଳି ଏକ ନୈରାଶମୟ ପରିସ୍ଥିତିରେ, ନିଜ ଅଞ୍ଚଳର ଜଣେ ଶିକ୍ଷାବିତ୍ଙ୍କ ଠାରୁ “ଜବାହର ନବୋଦୟ ବିଦ୍ୟାଳୟ”(JNV) ସଂପର୍କରେ ଜାଣିବାକୁ ପାଏ ସ୍ୱାଗୁପ୍ତା । ବିନା ଖର୍ଚ୍ଚରେ ବି ଭଲ ଶିକ୍ଷା, ସୁଷମ ଖାଦ୍ୟ ଓ ସୁଖ ନିଦ୍ରା ଭଳି ସୁବିଧା ସୁଯୋଗ ନବୋଦୟ ବିଦ୍ୟାଳୟରେ ଉପଲବ୍ଧ ଜାଣି ସ୍ୱାଗୁପ୍ତା ମନରେ ନୂତନ ଆଶାର ସଞ୍ଚାର ହୁଏ । କିନ୍ତୁ ସ୍ୱାଗୁପ୍ତା ଏକଥା ବି ଜାଣିପାରେ ଯେ, ନବୋଦୟ ବିଦ୍ୟାଳୟରେ ପଢିବା ତା’ ପକ୍ଷେ ଏତେ ସହଜସାଧ୍ୟ ହେବ ନାହିଁ । ନବୋଦୟ ବିଦ୍ୟାଳୟ ଉଚ୍ଚମାନର ପ୍ରବେଶିକା ପରୀକ୍ଷା କୁ ସୀମିତ ସଂଖ୍ୟକ ସିଟ୍, ପୁଣି ଅନ୍ତରାୟ ସୃଷ୍ଟି କରେ ସ୍ୱାଗୁପ୍ତା ପଥରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ସରକାର ମଧ୍ୟ ଜବାହାର ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ଓଡିଶାର ପ୍ରତିଟି ବ୍ଲକ୍ରେ ଗୋଟିଏ ଲେଖାଏଁ “ଆଦର୍ଶ ବିଦ୍ୟାଳୟ”(OAV) ସ୍ଥାପନ କରିଛନ୍ତି । ସ୍ୱାଗୁପ୍ତା ପାଇଁ ଚିନ୍ତାର ବିଷୟ ଥିଲା, ଏହିସବୁ ବିଦ୍ୟାଳୟ ଗୁଡିକର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କେବଳ ବୈଷୟିକ ଜ୍ଞାନ ଯଥେଷ୍ଟ ହୋଇନଥାଏ । ଏଥିପାଇଁ ‘ମାନସିକ ଦକ୍ଷତା’ ସହ ‘ଭାଷା ପରୀକ୍ଷା’ ଭଳି ବିଷୟ ହିଁ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଉ ଏଥିପାଇଁ ସ୍ୱାଗୁପ୍ତା କୁ ଆବଶ୍ୟକ ଥିଲା ଉଚ୍ଚମାନର ପ୍ରସ୍ତୁତି ।
ସ୍ୱାଗୁପ୍ତାର ଏହିଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆଶାର ଆଲୋକ ସାଜେ “ଶିକ୍ଷା”(Shikhya) । “ଶିକ୍ଷା’ ଅଧୀନରେ ଅଧୟନ ଆରମ୍ଭ କରିବା ପରେ ସ୍ୱାଗୁପ୍ତା ଜୀବନରେ ଆରମ୍ଭ ହୁଏ ଗୋଟେ ନୁଆ ଅଧ୍ୟାୟ । ମୁଖ୍ୟତଃ ଡିଜିଟାଲ୍ ପଦ୍ଧତିରେ ଉନ୍ନତମାନର ଜ୍ଞାନ କୌଶଳ କୁ ଉପଯୋଗ କରି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରାଯାଉଥିବା ଏହି ଅନୁଷ୍ଠାନରେ ଯୋଗଦେବା ପରେ ସ୍ୱାଗୁପ୍ତାର ଛାତ୍ର ଜୀବନରେ ଆସେ ଏକ ଅବିଶ୍ୱସନୀୟ ମୋଡ । ଏଠରେ ଉଲ୍ଲେଖଯୋଗ୍ୟ “ଶିକ୍ଷା” ରେ ଓଡିଆ ମାଧ୍ୟମର ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଚଳିତ ପାଠ୍ୟଖସଡାର ସମସ୍ତ ବିଷୟ ଗୁଡିକୁ ଡିଜିଟାଲ୍ ମାଧ୍ୟମରେ ଶିକ୍ଷାଦାନ କରାଯାଏ । ଏହା ସହିତ ‘ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା’ ଓ ‘ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା’ ଭଳି ପରୀକ୍ଷା ଗୁଡିକର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ‘ଅତିରିକ୍ତ ଜ୍ଞାନ’ ଓ ‘ଶିକ୍ଷଣୀୟ ତଥ୍ୟ’ ମଧ୍ୟ ଶିକ୍ଷାର ପାଠ୍ୟକ୍ରମରେ ଉପଲବ୍ଧ ଅଛି । ଏହାଛଡା ଏଭଳି ଉଚ୍ଚମାନର ପ୍ରବେଶିକା ପରୀକ୍ଷା ଗୁଡିକ ସହିତ ଛାତ୍ରଛାତ୍ରୀମାନଙ୍କୁ ଅଭ୍ୟସ୍ତ କରିବା ପାଇଁ, “ଶିକ୍ଷା”(Shikhya) ଦ୍ୱାରା ଯୋଗାଇ ଦିଆଯାଉଥିବା ‘ଅଭ୍ୟାସ ପ୍ରଶ୍ନାବଳୀ’ ଗୁଡିକ ପିଲାମାନଙ୍କୁ ଅନେକାଂଶରେ ସହାୟ ହୋଇଥାଏ ।
ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁସବୁ ଅର୍ନ୍ତନିହିତ ଗୁଣ, ଗୋଟେ ସାଧାରଣ ମଣିଷକୁ ଲୋଡା ତାହା ନିଶ୍ଚିତରୂପେ ସ୍ୱାଗୁପ୍ତା ପାଖରେ ଥିଲା, ଯେମିତିକି ଅଦମ୍ୟ ଇଛାଶକ୍ତି ଓ ଦୃଢ ନିଷ୍ଠା ଇତ୍ୟାଦି । କିନ୍ତୁ ବାହ୍ୟଜଗତରୁ ସ୍ୱାଗୁପ୍ତା କୁ ଆବଶ୍ୟକ ହେଉଥିଲା ଉପଯୁକ୍ତ ଜ୍ଞାନ ଓ ଉଚିତ ମାର୍ଗଦର୍ଶନ, ଯାହାକି ଯୋଗାଇ ଦେଇଥିଲା “ଶିକ୍ଷା”, ତାହା ପୁଣି ଖୁବ୍ ସ୍ୱଳ୍ପ ମୁଲ୍ୟରେ । ଶେଷରେ ଓଡିଶାର କେଉଁ ଗୋଟେ ଅପହଞ୍ଚ ଇଲାକାର ଗରିବ ପରିବାର ରୁ ଆସିଥିବା ପିଲାର ସ୍ୱପ୍ନ ବାସ୍ତବତାର ରୂପ ନିଏ ।
2018–19 ଶିକ୍ଷା ବର୍ଷ ପାଇଁ, ଏଇ ସଦ୍ୟ ପ୍ରକାଶିତ ନବୋଦୟ ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ସ୍ୱାଗୁପ୍ତା ଯେ, କେବଳ ତା’ ସ୍ୱପ୍ନକୁ ପୁରାକରିଛି ତାହାନୁହେଁ, ତା’ ଭଳି ଓଡିଶାର ଗରିବ ପରିବାର ରୁ ଆସୁଥିବା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ସେ ପାଲଟିଯାଇଛି ଅସରନ୍ତି ପ୍ରେରଣାର ଉତ୍ସ ।
ସ୍ୱାଗୁପ୍ତା ଯେ କେବଳ ଏକ ମାତ୍ର ଉଦାହରଣ, ତାହା ନୁହେଁ । ଶିକ୍ଷାର ବିଭିନ୍ନ ସେଣ୍ଟର ମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟୟନ କରି ଚଳିତବର୍ଷ ୮ ଜଣ ଛାତ୍ରଛାତ୍ରୀ JNV ଓ ୨୮ ଜଣ ଛାତ୍ରଛାତ୍ରୀ OAV ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି । ଆଜି ସ୍ୱାଗୁପ୍ତାର ଭବିଷ୍ୟତ ସୁରକ୍ଷିତ । ‘ନବୋଦୟ ପ୍ରବେଶିକା ପରୀକ୍ଷା’ ରୁ ଆରମ୍ଭ ହୋଇଥିବା ସ୍ୱାଗୁପ୍ତାର ଏହି ଜୟଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି ଆମର ଦୃଢ ଆଶା ଓ ବିଶ୍ୱାସ । କିଏ ଜାଣେ, ଭବିଷ୍ୟତରେ ସେ IIT-JEE କିମ୍ବା AIIMS ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଶ ଓ ଜାତିର ନାଁ ନ ରଖିବ ।
ଶେଷରେ ଏତିକି କହିବାକୁ ଚାହିଁବି, ସ୍ୱାଗୁପ୍ତା ପରି ଓଡିଶାର ପୁରପଲ୍ଲୀରେ ରହୁଥିବା ଗରିବ ଛାତ୍ରଛାତ୍ରୀ ମାନଙ୍କର ନିରୀହ ମନରେ ଉଙ୍କି ମାରୁଥିବା ନୀରବ ସ୍ୱପ୍ନସବୁକୁ ବାସ୍ତବ ରୂପ ଦେବା ପାଇଁ ଶିକ୍ଷାର ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । ଏଇମାତ୍ର 2014 ମସିହାରୁ, ସାରା ଓଡିଶାର ଛାତ୍ରଛାତ୍ରୀମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ଉଚ୍ଚମାନର ଶିକ୍ଷା ଯୋଗାଇ ଦେବାର ମହତ୍ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା “ଶିକ୍ଷା”(Shikhya) କୁ ଆହୁରି ଅନେକ ବାଟ ଯିବାର ଅଛି । ଆଉ ଏଥି ନିମନ୍ତେ ଆପଣଙ୍କର ସହଯୋଗ ଓ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ । ଏଇତ ଆରମ୍ଭ ମାତ୍ର ।
“ଧନ୍ୟବାଦ”