ଭୂତ ଗପ — (ଭାଗ ୧)
ଅଶୀ ଦଶକର ଶେଷ ଭାଗର କଥା ଇଏ ।
କଟକଠାରୁ ପ୍ରାୟ ପଚାଶ କିଲୋମିଟର ଦୂରରେ ଅବସ୍ଥିତ ଗାଁ ଟିଏ । ନାଁ ତା’ର ପଦ୍ମପୁର । ଆଜିକାଲି ଭଳି ଯାତାୟାତର ବିଶେଷ ସୁବିଧା ନଥାଏ ସେତେବେଳେ । କଟକ ଆସିବାକୁ ହେଲେ ସାଇକେଲ କିମ୍ବା ରିକ୍ସାରେ ପାଖାପାଖି ଦଶ କିଲୋମିଟର ଆସିଲା ପରେ ଯାଇ ପଡେ ଜାତୀୟ ରାଜପଥ । ଏଇଠୁ ଧରିବାକୁ ହୁଏ କଟକ ପାଇଁ ବସ୍ ।…