ତୃତୀୟ ଛାନ୍ଦ
ରାଗ — ଚୋଖି
ଶୁଣ ଆହେ ସୁଜ୍ଞନର ବାରୁଣାବନ୍ତ ନଗରହସ୍ତିନାକୁ ଦ୍ୱାଦଶ ଯୋଜନ ଅଟଇ ।ପବନହୁଁ ଖରତର ଧାଇଁଲା ସେ ଦୁଃଶାବୀର ।ପ୍ରବେଶ ହେଲା ବାରୁଣାବନ୍ତରେ ଯାଇଁ ।ପାଦଘାତେ ମହୀ ଚମକେ ।ଆରେ ଆରେ ପାଣ୍ତବାରେ ବୋଲିଣ ଡାକେ ।୧।
ଦ୍ରୌପଦୀଙ୍କ ବସ୍ତ୍ରହରଣ ଆଖ୍ୟାନ ଆଧାରିତ ଛାନ୍ଦକାବ୍ୟ । ଏଥିରେ ଓଡ଼ିଆ ଗ୍ରାମ୍ୟ ପରିବେଶର ସୁନ୍ଦର ବର୍ଣ୍ଣନା ରହିଛି ।
ଚତୁର୍ଥ ଛାନ୍ଦ
ରାଗ-ରଣବିଜେ, ହରିଚଉତିଶା ବାଣୀରେକର୍ଣ୍ଣମନ ଦେଇ ଶୁଚିମନ୍ତ ହୋଇ ଶୁଣ ଜନେ କୃଷ୍ଣରସ ।କଳାକର ମୟ ଅନ୍ଧାର ପରାୟ ଦ୍ରୌପଦୀ-ଦୁଃଖ ବିନାଶ ହେ । ଶୁଣ ।ଭଜ ନିରତେ ପଦ୍ମଚରଣ ହେ । ଫେଡ଼ ଦ୍ରୌପଦୀର ଏ କଷଣ ହେ ।ତୁମ୍ଭ ବିନା ନାହିଁ ପରିତ୍ରାଣ ହେ ।୧।